Home କୋରାପୁଟ କୋରାପୁଟରେ ଏସିଏମ କ୍ୟାଡର ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

କୋରାପୁଟରେ ଏସିଏମ କ୍ୟାଡର ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

43

କୋରାପୁଟ ୧୮-୦୭(ଓଡିଆ ପୁଅ /ରଂଜନ ଦାସ) ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ  ଅଭୟ ଆଜି ପୂର୍ବାହ୍ନରେ କୋରାପୁଟ  ଗସ୍ତରେ  ଆସି  ଓଏସଏପି ତୃତୀୟ ବାଟାଲିୟନ ପରିସରରେ ନକ୍ସଲ  ଦମନ, ଚୋରା ଗଞେଇ  ଚାଲାଣ ଓ କୋଭିଡ  ସ୍ଥିତି ଉପରେ  ସମୀକ୍ଷା କରିଛନ୍ତି  ।ଯବାନମାନଙ୍କ ସହ ସେ କିଛି ସମୟ ଆଲୋଚନା କରିଥିଲେ ବୋଲି ଜଣାପଡିଛି ।ବିଏସଏଫ ,ଏସଓଜି ଓ ଆଇଆରବି ପୋଲିସର ନକ୍ସଲ ବିରୋଧି ଅଭିଯାନ  ଯୋଗୁଁ  କୋରାପୁଟ ଜିଲ୍ଲାରେ ନକ୍ସଲ  କାର୍ଯ୍ୟକଳାପ ହ୍ରାସ ପାଇଥିବା ସେ ସୂଚନା ଦେଇଥିଲେ । ଗତ ୨ ବର୍ଷ ମଧ୍ୟରେ ଗଞେଇ ଚାଷ ରୋକିବା ଓ ଗଞେଇ ଜବତ କରିବାରେ କୋରାପୁଟ ଜିଲ୍ଲା ପୋଲିସ ସଫଳତା ପାଇଥିବାରୁ  ସେ କୋରାପୁଟ ଏସପିଙ୍କୁ ପ୍ରଶଂସା କରିଥିଲେ  ା ସେହିପରି କୋଭିଡ ସଂଗ୍ରାମରେ ଜିଲ୍ଲା ପୋଲିସର ମନୋବଳ ଦୃଢ ରହିଥିବା ସେ ସୂଚନା ଦେବା ସହ  କୋଭିଡ ଯୋଦ୍ଧାମାନଙ୍କୁ  ପ୍ରଶଂସା କରିଥିଲେ । ସମୀକ୍ଷା ବୈଠକରେ  ଗୁଇନ୍ଦା ନିର୍ଦ୍ଦେଶକ ଲଲିତ ଦାଶ , ଆଇଜି ଅପରେସନ ଅମିତାଭ ଠାକରୁ, ପୋଲିସ ମୁଖ୍ୟାଳୟର ଆଇଜି ଏସ.ଦେବଦତ ସିଂହ,ବିଏସଏଫ ଆଇଜି ଏସ.ଏସ.ପାୱାର,ଡିଆଇଜି ପଣ୍ଡିତ ରାଜେଶ ଉତମ ରାଓ  ଓ ବରିଷ୍ଠ  ଅଧିକାରୀଙ୍କ  ସମେତ  କୋରାପୁଟ ଏସପି ବରୁଣ ଗୁଣ୍ଠୁପାଲ୍ଲି ପ୍ରମୁଖ   ଉପସ୍ଥିତ ଥିଲେ । ଏହି ଅବସରରେ ନାରାୟଣପାଟଣା ପିଲବୋର ଗ୍ରାମର ଏସିଏମ କ୍ୟାଡରର ମାଓବାଦୀ   ତାଲସେ ହୁଇକା ନାମ୍ନୀ ଜଣେ ମହିଳା ମଓବାଦୀ ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ।୨୦୧୨ ମସିହାରେ ତାଲସେ ସିପିଆଇ(ଏମ)ର ଜନ ନାଟ୍ୟ ମଣ୍ଡଳୀ ରେ ଯୋଗଦେଇଥିଲେ ।ପରବର୍ତି ସମୟରେ ପଦୋନ୍ନତି ପାଇ ବୈପାରୀଗୁଡା ଅଂଚଳରେ ଏସିଏମ କ୍ୟାଡରରେ ମାଓ ସଂଗଠନ ପାଇ ସେ କାର୍ଯ୍ୟ କରୁଥିଲେ । ମାଓ ସଂଗଠନରେ ଓଡିଆ କ୍ୟାଡର ମାନଙ୍କୁ ଅଣଦେଖା,ମହିଳା କ୍ୟାଡରଙ୍କୁ ନିର୍ଯ୍ୟାତନା ଓ ନକ୍ସଲ ମାନଙ୍କ ଆଦିବାସୀ ବିରୋଧି ମନୋଭାବ ଯୋଗୁଁ ସେ ମାଓ ସଂଗଠନରୁ ଦୂରେଇ ଯାଇ ସମାଜର ମୁଖ୍ୟ ସ୍ରୋତରେ ଯୋଗ ଦେବାକୁ ଇଛା ପ୍ରକାଶ କରିଥିବା ତଲସୁ ଗଣମାଧ୍ୟମକୁ କହିଛନ୍ତି । ଅନ୍ୟ ପକ୍ଷରେ ମାଓବାଦୀ ହିଂସା ପଥ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଡିଜିପି ଅଭୟ ଆହ୍ୱାନ ଦେବା ସହ ଆଜି ଆତ୍ମସମର୍ପଣ କରିଥିବା ତାଲସେ ହୁଇକାକୁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୟନ କରା ଯାଇ ଥିବା ଆତ୍ମସମର୍ପଣ ଥାଇଥାନ ନିୟମ ଅନୁଯାୟୀ ସମସ୍ତ ସହାୟତା ଏବଂ ଆତ୍ମନିର୍ଭରଶୀଳ ହେବାକୁ  ଦକ୍ଷତା ବିକାଶ ତାଲିମ  ଦିଆଯିବ ବୋଲି ପୋଲିସ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.