Home କୋରାପୁଟ ଲକ୍ଷ୍ମିପୁରର ପୂର୍ବତନ ବିଧାୟକଙ୍କ ଇସ୍ତାଫା ପତ୍ର ଗ୍ରହଣ କରିବାକୁ ଦାବି

ଲକ୍ଷ୍ମିପୁରର ପୂର୍ବତନ ବିଧାୟକଙ୍କ ଇସ୍ତାଫା ପତ୍ର ଗ୍ରହଣ କରିବାକୁ ଦାବି

86

କୋରାପୁଟ ୧୮-୦୭(ଓଡିଆ ପୁଅ /ରଂଜନ ଦାସ)ଲକ୍ଷ୍ମିପୁରର ପୂର୍ବତନ ବିଧାୟକ କୈଲାସ କୁଲେସିକା କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ଯେଉଁ ଇସ୍ତାଫା ପତ୍ର ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତିଙ୍କ ନିକଟକୁ ପଠାଇଛନ୍ତି ତାହାକୁ ଗ୍ରହଣ କରିବାକୁ କୋରାପୁଟ ନଗର କଂଗ୍ରେସ କମିଟି ତରଫରୁ ଦାବି କରାଯାଇଛି ।କୋରାପୁଟ ନଗର କଂଗ୍ରେସ କମିଟି ସଭାପତି ଜୟନ୍ତ କଚିନଙ୍କ ଅଧ୍ୟକ୍ଷତାରେ କୋରାପୁଟଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା ।ଦଶମନ୍ତପୁର ଓ ନାରାୟଣପାଟଣା ବ୍ଲକ କଂଗ୍ରେସ କମିଟିର ସଭାପତି ପଦ ନିମନ୍ତେ ଯେଉଁ ଚୟନ କରାଯାଇଥିଲା ତାହା ସପୂର୍ଣ୍ଣ ନିୟମାନୁସାରେ ହୋଇଥିବା ଜୟନ୍ତ କଚିନ ସୂଚନା ଦେଇଛନ୍ତି ।ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଚୟନ କରାଯାଇଥିଲା ଓ ଚୟନ ପ୍ରକ୍ରୀୟାର ସମସ୍ତ ତଥ୍ୟ ରଖାଯାଇଥିବା ସେ ପ୍ରକାଶ କରିଛନ୍ତି ।ଲକ୍ଷ୍ମିପୁରର ପୂର୍ବତନ ବିଧାୟକ ଶ୍ରୀ କୁଲେସିକା ଚୟନ ପ୍ରକ୍ରୀୟାକୁ ନେଇ ଜିଲ୍ଲା ସଭାନେତ୍ରୀଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ କରିଛନ୍ତି ତାହା ମିଥ୍ୟା ଓ ଭିତିହୀନ ବୋଲି ସେ ପ୍ରକାଶ କରିଛନ୍ତି ।କଂଗ୍ରେସ ଦଳରେ ରହି ଜିଲ୍ଲା ସଭାନେତ୍ରୀଙ୍କ ବିରୁଦ୍ଧରେ ଯେଉଁଭଳି ସେ ମିଥ୍ୟା ଅଭିଯୋଗ କରିଛନ୍ତି ଏହାଦ୍ୱାରା କଂଗ୍ରେସ କର୍ମିମାନେ ଅସନ୍ତୋଷ ବ୍ୟକ୍ତ କରିଥିବା ସେ ସୂଚନା ଦେଇଛନ୍ତି ।ତେଣୁ ତାଙ୍କର ଇସ୍ତାଫା ପତ୍ରକୁ ପିସିସି ସଭାପତି  ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ମ୍ୟୁନସିପାଲଟିର ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନିପତି ,ଭବାନୀ ଶଙ୍କର ମିଶ୍ର ଓ ବିଜୟ କୁମାର ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.