Home କୋରାପୁଟ କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ଆଇସିଡିଏସର ପରିଦର୍ଶିକାମାନେ ମନ୍ତ୍ରୀଙ୍କ ନିକଟରେ ଦାବିପତ୍ର ପ୍ରଦାନ କଲେ 

କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ଆଇସିଡିଏସର ପରିଦର୍ଶିକାମାନେ ମନ୍ତ୍ରୀଙ୍କ ନିକଟରେ ଦାବିପତ୍ର ପ୍ରଦାନ କଲେ 

105

କୋରାପୁଟ ; ତା୧୭-୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ଆଇସିଡିଏସର ପରିଦର୍ଶିକାମାନେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।ସିଧାସଳଖ ନିଯୁକ୍ତି ପ୍ରକ୍ରୀୟାରେ ୨୮ ବର୍ଷ ହେଲା କାର୍ଯ୍ୟକରିଥିବା ସତ୍ୱେ ଆଜି ପର୍ଯ୍ୟନ୍ତ ପଦୋନ୍ନତି ପାଇ ନ ଥିବା ସେମାନେ ପ୍ରକାଶ କରିଥିଲେ ।ଖାଲି ପଡିଥିବା ସିଡିପିଓ ପଦବୀ ପୂରଣ କରିବା ,ମିଶନଶକ୍ତିରେ କାର୍ଯ୍ୟ ନିମନ୍ତେ ଏକ ସ୍ୱତନ୍ତ୍ର ସିଡିପିଓ ର୍ୟାଙ୍ଗ ସୃଷ୍ଟି କରାଯାଇ ବରିଷ୍ଠାତାଭିତିରେ ଆମ୍ଭମାନଙ୍କୁ ପ୍ରଦାନ କରାଯାଉ ,ଶିଶୁ ସୁରକ୍ଷା ଓ ମହିଳା ସୁରକ୍ଷା ଅଧିକାରୀ ପଦବୀକୁ ନିୟମିତ କରାଯାଇ ଆମ୍ଭମାନଙ୍କୁ ବରିଷ୍ଠତାଭିତିରେ ପ୍ରଦାନ କରାଯାଉ ,ଯେଉଁ ଶିଶୁ ବିକାଶ ପ୍ରକଳ୍ପରେ ୧୫୦ରୁ ଅଧିକା ଥିବା ଅଙ୍ଗନବାଡି କେନ୍ଦ୍ର ରହିଛି ସେହି ପ୍ରକଳ୍ପଗୁଡିକୁ ୨ ଟି ପ୍ରକଳ୍ପ କରାଯାଉ ବୋଲି ସେମାନେ ଦାବି କରିଥିଲେ ।ଦାବିପତ୍ର ପ୍ରଦାନ ବେଳେ ବାସନ୍ତି ନାୟକ ,ଇନ୍ଦୁମତୀ ପାଣିଗ୍ରାହୀ ,ସଂଯୁକ୍ତା ବେହେରା ,ନିହାରବାଲା ସାହୁ ,ମିନତିବାଲା ପଟନାୟକ ,ସୁପ୍ରିତି ପାଣିଗ୍ରାହୀ ,ସଂଧ୍ୟାରଣୀ ପାତ୍ର, ମିନତି ନାୟକ ,ସୁଜାତା ଧଲ ,ଶଂକୁନ୍ତୁଲା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.