Home କୋରାପୁଟ କୋରାପୁଟ ଜିଲ୍ଲାପ୍ରଶାସନ ଆନୁକୁଲ୍ୟରେ ଜାତୀୟ ପ୍ରେସ ଦିବସ ପାଳିତ

କୋରାପୁଟ ଜିଲ୍ଲାପ୍ରଶାସନ ଆନୁକୁଲ୍ୟରେ ଜାତୀୟ ପ୍ରେସ ଦିବସ ପାଳିତ

92

କୋରାପୁଟ ; ତା୧୭-୧୧-୧୮ (ଓଡିଆପୁଅ/ରଂଜନ କୁମାର ଦାସ ) ସ୍ଥାନୀୟ ସଦଭାବନା ସଭାଗୃହଠାରେ ଜିଲ୍ଲାପ୍ରଶାସନ ଆନୁକୁଲ୍ୟରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି ।କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଦିବସରେ ରାଜ୍ୟସଭା ସାଂସଦ ସୈାମ୍ୟ ରଂଜନ ପଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ସାମ୍ବାଦିକମାନେ ନିଜର ଦାୟିତ୍ୱ ଓ ଆହ୍ୱାନର ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ ।ସାମ୍ବାଦିକମାନଙ୍କ ଯୋଗୁଁ ଜିଲ୍ଲାର ବିକାଶ ହୋଇପାରୁଛି ବୋଲି ଜିଲ୍ଲାପରିଷଦ ସଭ୍ୟ ପ୍ରଭୁ ଜାନି ମତବ୍ୟକ୍ତ କରିଥିଲେ ।ନିରପେକ୍ଷ ସମ୍ବାଦ ପରିବେଷଣ ଉପରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଗୁରୁତ୍ୱାରୋପ କରିଥିଲେ ।ମୁଁ ଜଣେ ସାମ୍ବାଦିକ ଥିଲି ତେଣୁ ସାମ୍ବାଦିକମାନଙ୍କ ଅନେକ ସମସ୍ୟା ରହିଛି ବୋଲି କୋରାପୁଟ ସାଂସଦ ଝିନ୍ନ ହିକକା ପ୍ରକାଶ କରିଥିଲେ ।ନିଜର ଦାବି ସମାଧାନ ନିମନ୍ତେ ମୁକାବିଲା କରିବାକୁ ସେ ଆହ୍ୱାନ ଦେଇଥିଲେ ।ସାମ୍ବାଦିକମାନେ ଅନେକ ସମସ୍ୟା ଦେଇ ଗତି କରୁଛନ୍ତି ବୋଲି କୋରାପୁଟ ପ୍ରେସକ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ର ପ୍ରକାଶ କରିଥିଲେ ।ସାମ୍ବାଦିକ ଓ ପ୍ରଶାସନ ମିଳିତଭାବେ କାର୍ଯ୍ୟ କଲେ ଜିଲ୍ଲାର ବିକାଶ ସମ୍ଭବ ବୋଲି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତି ମତବ୍ୟକ୍ତ କରିଥିଲେ ।କୋରାପୁଟ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନନ୍ଦପୁର ଅଧ୍ୟାପକ ରବି ଶତପଥି ଓ କାର୍ଯ୍ୟାଳୟର ସତ୍ୟ ନାରାୟଣ ପ୍ରଧାନ ଯୋଗଦେଇ ପରିଚାଳନାରେ ସହ ଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.