Home କୋରାପୁଟ କୋରାପୁଟଠାରେ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟିତ

କୋରାପୁଟଠାରେ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟିତ

88

କୋରାପୁଟ ; ତା୧୭-୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ)ସ୍ଥାନୀୟ ଗାନ୍ଧିନଗରଠାରେ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟିତ ହୋଇଯାଇଛି ।ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ ।ଏହି ଅବସରରେ ରାଜ୍ୟସଭା ସାଂସଦ ସୈାମ୍ୟରଂଜନ ପଟନାୟକ ଓ ଅନୁଭବ ମହାନ୍ତି , ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ ପାଙ୍ଗି , କ୍ରୀଟ ଅଧ୍ୟକ୍ଷ ଅଶୋକ ପାଙ୍ଗୀ ,ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଇଶ୍ୱର ପାଣିଗ୍ରାହୀ , କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି , କୋରାପୁଟ ମ୍ୟୁନସିପାଲଟିର ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନିପତି ପ୍ରମୁଖ ଉପସ୍ଥିତ ଥିଲେ ।କୋରାପୁଟ ସିଡିଏମଓ ଡାକ୍ତର ଲଲିତ ମୋହନ ରଥ ଯୋଗଦେଇ ପରିଚାଳନା କରିଥିବା ବେଳେ ଡାକ୍ତର ଅରୁଣ ପାଢୀ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।ଏହି କେନ୍ଦ୍ରରେ ଜଣେ ଡାକ୍ତର , ଜଣେ ଫର୍ମାସିଷ୍ଟ , ୨ ଜଣ ଷ୍ଟାଫ ନର୍ସ ନିଯୁକ୍ତ କରାଯାଇଥିବା ସିଡିଏମଓ ଡାକ୍ତର ରଥ ସୂଚନା ଦେଇଥିଲେ ।ଏହି ଅବସରରେ ଅତିଥିମାନେ ନିଜର ରକ୍ତଚାପ ମାପ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.