Home କୋରାପୁଟ          କୋରାପୁଟ  ଅବକାରୀ ବିଭାଗର ଚଢାଉ,ପୋଚ ଓ ମଦ ଜବତ

         କୋରାପୁଟ  ଅବକାରୀ ବିଭାଗର ଚଢାଉ,ପୋଚ ଓ ମଦ ଜବତ

29

କୋରାପୁଟ ୦୮-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ଦାମନଯୋଡି ଥାନା ଅନ୍ତର୍ଗତ ପୁଟ୍ରାଘାଟିରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ପୋଚ ଓ ରନ୍ଧା ଦେଶୀ ମଦ ଜବତ କରିଛି । ଦାମନଯୋଡି,ମାଥାଲପୁଟ ଓ ନିକଟ ଅଂଚଳରେ  ଦେଶୀ ମଦ ଯୋଗାଇବାକୁ ପୁଟ୍ରାଘାଟି ଜଙ୍ଗଲ ଅଂଚଳରେ ବ୍ୟାପକ ଚୋରା ମଦ ପ୍ରସ୍ତୁତି ହେଉଥିବା ଅଭିଯୋଗ ପାଇ ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠି ସେହି ଅଂଚଳରେ ଚଢାଉ କରିବାକୁ ବିଭାଗୀୟ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅବକାରୀ ନିରୀକ୍ଷକ ପ୍ରମୋଦ କୁମାର ବାଣୁଆ,ସଦର ଓଆଇସି ଦିଲ୍ଲୀପ କୁମାର ରଥ,ଏଏସଆଇ  ଅରପଲୋକ ଦାଶ ଓ ଅନ୍ୟମାନେ ରବିବାର ପୂର୍ବାହ୍ନରେ  ପୁଟ୍ରାଘାଟିରେ ଚଢାଉ କରି ୨୨୦୦ ଲିଟର ପୋଚ ଓ ୪୬୦ ଲିଟର ଦେଶି ମଦ ଜବତ କରିଥିଲେ । କୌଣସି ସୂତ୍ରରୁ ଖବର ପାଇ  ଚୋରା ମଦ ବେପାରୀ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.