Home କୋରାପୁଟ         ମାଛକୁଣ୍ଡ ପୋଲିସ ଦ୍ୱାରା   ଆଲମାରୀ ବୋଝେଇ ଟ୍ରକରୁ ୮୦ ଲକ୍ଷ ଟଙ୍କାର  ଗଞେଇ ଜବତ,୨...

        ମାଛକୁଣ୍ଡ ପୋଲିସ ଦ୍ୱାରା   ଆଲମାରୀ ବୋଝେଇ ଟ୍ରକରୁ ୮୦ ଲକ୍ଷ ଟଙ୍କାର  ଗଞେଇ ଜବତ,୨ ଗିରଫ

60

କୋରାପୁଟ ୦୮-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ମାଛକୁଣ୍ଡ  ପୋଲିସ ଦ୍ୱାରା  ଆଲମାରୀ ବୋଝେଇ ଟ୍ରକରୁ ୮୦ ଲକ୍ଷ  ଟଙ୍କାର ଗଞେଇ ଜବତ କରା ଯାଇଥିବାବେଳେ ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ମାଛକୁଣ୍ଡ ଥାନା ଅଧିକାରୀ ପ୍ରଫୁଲ ଲାକ୍ରା ସୂଚନା ଦେଇଛନ୍ତି । ଗିରଫ  ଦୁଇଜଣ ହେଲେ ଉତର ପ୍ରଦେଶ ଆଲିଗଡର ଯେଶବନ୍ତ ସିଂହ ଓ ଆଗ୍ରାର ହରେନ୍ଦ୍ର ସିଂହ । ପାଡୁଆ ଥାନା ବାଡେଲ ଅଂଚଳରୁ  ଉତର ପ୍ରଦେଶକୁ ୟୁପି-୮୦ସିଟି ୬୦୭୪  ନମ୍ବର ଥିବା  ଆଲମାରୀ ବୋଝେଇ ଏକ ଟ୍ରକରେ  ଗଞେଇ  ଚୋରା ଚାଲାଣ ହେଉଥିବା ସୂଚନା ପାଇ ନନ୍ଦପୁର ଏସଡିପିଓ  ସଂଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶରେ   ଲମତାପୁଟ ଫାଣ୍ଡିର ସବ-ଇନସପେକ୍ଟର ଦିଲ୍ଲୀପ ପ୍ରଧାନ,ଏଏସଆଇ ମହେଶ୍ୱର କିର୍ଷାନୀ  ଓ ଅନ୍ୟମାନେ  ଚାଙ୍ଗୁଡିପୋଡା ଛକ ନିକଟରେ  ନାକାବନ୍ଦୀ କରିଥିଲେ । ଗଞେଇ  ନେଇ ଯାଉଥିବା  ଉକ୍ତ ଟ୍ରକ ଆସିବା ମାତ୍ରେ ପୋଲିସ ଟିମ ଗାଡି ଅଟକାଇ ଚେକିଂ କରିବା ବେଳକୁ  ଗାଡିରୁ ଜରି ଅଖାରେ  ଭରି ହୋଇଥିବା ୮୦୯ କିଲୋ ୬୦୦ ଗ୍ରାମ ଗଞେଇ  ମିଳିଥିଲା । ପୋଲିସ ଟିମ ଟ୍ରକ ସହ ଗଞେଇ   ଏବଂ ୨ଟି ମୋବାଇଲ ଫୋନ ଓ  ଅନ୍ୟାନ୍ୟ କାଗଜପତ୍ର ଜବତ କରିଛି ।  ଜବତ ଗଞେଇର  ମୂଲ୍ୟ ପ୍ରାୟ ୮୦  ଲକ୍ଷ ଟଙ୍କା  ହେବ ବୋଲି  ଜଣା ପଡିଛି । ମାଛକୁଣ୍ଡ ଥାନାରେ ଏନଡିପିଏସ୍ ଆକ୍ଟ୍ ଅନୁଯାୟୀ ଏକ ମାମଲା(କେସ ନଂ-୬୧/୨୦୨୧) ରୁଜୁ କରା ଯାଇ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.