Home କୋରାପୁଟ ରେଡକ୍ରସ ସ୍ୱେଛାସେବୀଙ୍କ ପକ୍ଷରୁ ଚାଲାଣପୁଟଠାରେ କରୋନା ସଂପର୍କିତ ସଚେତନତା ଓ ମାସ୍କ ବଂଟନ

ରେଡକ୍ରସ ସ୍ୱେଛାସେବୀଙ୍କ ପକ୍ଷରୁ ଚାଲାଣପୁଟଠାରେ କରୋନା ସଂପର୍କିତ ସଚେତନତା ଓ ମାସ୍କ ବଂଟନ

29

କୋରାପୁଟ ୦୮-୦୮(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ସେମିଲିଗୁଡା ବ୍ଲକ ଅନ୍ତର୍ଗତ ରାଜପୁଟ ପଂଚାୟତର ଚାଲାଣପୁଟଠାରେ ଭାରତୀୟ ରେଡକ୍ରସର ସ୍ୱେଛାସେବୀଙ୍କ ପକ୍ଷରୁ କରୋନା ସଂପର୍କିତ ସଚେତନତା ଓ ମାସ୍କ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ରେଡକ୍ରସର ଆଜୀବନ ସଦସ୍ୟା ତଥା ଜିଲ୍ଲା ଜିଆରସି ସାଧନକର୍ମିଶାହେଦା ପରଓିନ ମୁଖ୍ୟ ବକ୍ତାଭାବେ ଯୋଗଦେଇ ନିଶ୍ଚିତ ଭାବରେ ମସ୍କ ବ୍ୟବହାର କରିବା, ସାମାଜିକ ଦୂରତା ରକ୍ଷା କରିବା ସହ ବାରମ୍ବାର ହାତ ଧୋଇବା ଓ କରୋନା ପ୍ରତିଷେଧକ ଟୀକା ନେବା ନିମନ୍ତେ ଗ୍ରାମବାସୀମାନଙ୍କୁ ସଚେତନ କରାଇଥିଲେ ।ବିଶିଷ୍ଠ ସମାଜସେବୀ  ଗୋବିନ୍ଦ ବଲ୍ଲଭ ପାଢୀ ଓ ପିତାମ୍ବର କିର୍ସାନୀ ଯୋଗଦେଇ ଗ୍ରାମ ପରିବେଶକୁ ସଫା ରଖିବା,ବୃକ୍ଷରୋପଣ ଓ ସ୍ୱେଛାକୃତ ରକ୍ତଦାନ ଅଭିଯାନର ଆବଶ୍ୟକତା ସଂପର୍କରେ ଗ୍ରାମବାସୀମାନଙ୍କୁ ସଚେତନ କରାଇଥିଲେ ।ରେଡକ୍ରସ ସୋସାଇଟିର ଆଜୀବନ ସଦସ୍ୟଶେଖ ଇବ୍ରାହିମ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେସମାଜସେବୀ ଚିନ୍ତାମଣି ପୃଷ୍ଟିଙ୍କ ସମେତ ଚାଲାଣପୁଟ ଗ୍ରାମର ସମାଜସେବୀ ବନମାଳି ଓ ଅନ୍ୟାନ୍ୟ ଯୁବକ ଯେଗାଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।ଏହି ଅବସରରେ ଗ୍ରାମବାସୀମାନଙ୍କୁ ମାସ୍କ ଓ ସାବୁନ ବଂଟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.