Home କୋରାପୁଟ କୋରାପୁଟରେ ବୋଇତ ବନ୍ଦାଣ ଓ କାର୍ତୀକ ପୂର୍ଣିଁମା

କୋରାପୁଟରେ ବୋଇତ ବନ୍ଦାଣ ଓ କାର୍ତୀକ ପୂର୍ଣିଁମା

155

କୋରାପୁଟ;ତା୨୩-୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ସହରରେ ଆନନ୍ଦ ଉହ୍ଲାସର ସହ ବୋଇତ ବନ୍ଦାଣ ଓ କାର୍ତୀକ ପୂର୍ଣିମା ପାଳିତ ହୋଇଛି । ସୋମବାର ପ୍ରତ୍ୟୁଷରୁ ଲୋକେ ନରେନ୍ଦ୍ର ସରୋବର , ଚନ୍ଦନ ପୋଖରୀ,କୋଲାବ ଜଳ ଭଣ୍ଡାରରେ ବୋଇତ ବନ୍ଦାଣ ଉସôବ ପାଳନ କରିଥିଲେ ।ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଦ୍ୱାରା ଆୟୋଜିତ ବୋଇତ ବନ୍ଦାଣ ଉସôବରେ କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇ ବୋଇଦ ଭସାଇଥିଲେ ।ଏହି ଅବସରରେ କୋରାପୁଟ ଏଡିଏମ ଦେବେନ କୁମାର ପ୍ରଧାନ , ମନ୍ଦିର ପରିଚାଳନା କମିଟିର ସଂପାଦକ ଗଦାଧର ପରିଡା , ଡ.ପି.ସି.ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଶତାଧିକ ଭକ୍ତ କଦଳୀ ପଟୁଆରେ ଡଙ୍ଗା ଭସାଇଥିଲେ । କାର୍ତୀକ ପୂର୍ଣିମା ଉପଲକ୍ଷେ କୋରାପୁଟ ସହରରେ ଥିବା ଜଗନ୍ନାଥ ମନ୍ଦିର,ଶିବ ମନ୍ଦିର, ପୂଜାରୀପୁଟସ୍ଥିତ ରାମ ମନ୍ଦିରରେ ନାମ ସଙ୍କୀର୍ତନ କରା ଯାଉଥିବାବେଳେ ସର୍ବ ସାଧାରଣଙ୍କ ପାଇଁ ମାଗଣା ପ୍ରସାଦ ସେବନର ବ୍ୟବସ୍ଥା କରା ଯାଇଛି ।ପୂଜାରିପୁଟସ୍ଥିତ ରାମମନ୍ଦିର ପରିଚାଳନା କମିଟିର ଜୟନ୍ତ ମିଶ୍ର , ଚିରଞିବି ପାତ୍ର ପ୍ରମୁଖଙ୍କ ସହାୟତାରେ ମାଗଣା ପ୍ରସାଦ ସେବନ ପ୍ରଦାନ କରାଯାଇଥିଲା । ସେହିପରି କୋରାପୁଟ ବ୍ଲକ ଡୁମୁରିପୁଟ ରାମ ମନ୍ଦିରରେ ମଧ୍ୟ ମହା ଆଡମ୍ବର ସହକାରେ କାର୍ତୀକ ପୂର୍ଣିମା ପାଳିତ ହେଉଛି । ମୁଖ୍ୟ ପୂଜକ ବଂଶୀଧର ଶତପଥି,ପରିଚାଳନା କମିଟି ସଭାପତି ନୀଳାମ୍ବର ସାହୁ,ସମ୍ପାଦକ ଦୀନବନ୍ଧୁ ବାରିକଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରା ଯାଉଛି । କାର୍ତୀକ ପୂର୍ଣିମା ଅବସରରେ ମନ୍ଦିର କମିଟି ଏବଂ ବଦାନ୍ୟ ବ୍ୟକ୍ତି ମାନଙ୍କ ଦ୍ୱାରା ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା କରା ଯାଇଥିବା ଜଣା ପଡିଛି । ଜିଲାର ବିଭିନ୍ନ ପ୍ରାନ୍ତର ସଙ୍କୀର୍ତନ ମଣ୍ଡଲୀ ଯୋଗ ଦେଇ ନାମ ସଙ୍କୀର୍ତନ ଜପ କରୁଛନ୍ତି । ମନ୍ଦିର କମିଟି ସଦସ୍ୟ ଗୋପୀନାଥ ପାଣିଗ୍ରାହି,ଏସ.ସୁରେଶ କୁମାର,ବିଷ୍ନୁ ପ୍ରସାଦ ଦାଶ, ତ୍ରିପତୀ ପାଣିଗ୍ରାହି,ସୁକାନ୍ତ ନାୟକ,ମଧୁ ସୂଦନ ଖେମୁଣ୍ଡୁ,ଜୀତେନ୍ଦ୍ର ସାହୁ,ସନ୍ତୋଷ ଶତପଥି,ସଦାଶିବ ଶତପଥି,ବିଶୁ ମାଛଲିପାଡିଆ,ସଂଜୟ ମହାନ୍ତ.ଗୟାଧର ସାମଲ,ଜୟ ମଂଗଳ ଦିଗାଲ ଓ ଅନ୍ୟମାନେ ସହାୟତା କରୁଛନ୍ତି । ଅନ୍ୟ ପକ୍ଷରେ ଓଏସଏପି ୩ୟ ବାଟାଲିଅନ ଶିବ ମନ୍ଦିରରେ ମଧ୍ୟ କାର୍ତୀକ ପୂର୍ଣିମା ଧୁମଧାମରେ ପାଳିତ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.