Home କୋରାପୁଟ ୪ ଆନ୍ତରାଜ୍ୟ ଡକାୟତ ଗିରଫ

୪ ଆନ୍ତରାଜ୍ୟ ଡକାୟତ ଗିରଫ

91

କୋରାପୁଟ ; ତା୨୩-୧୧-୧୮(ଓଡିଆପୁଅ /ରଂଜନ କୁମାର ଦାସ) କୋରାପୁଟ ଟାଉନ ତାନା ପୁଲିସ ୪ଜଣ ଆନ୍ତରାଜ୍ୟ ଡକାୟତ ଦଳକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ରାଉରକେଲାର ବବଲୁ ସାହୁ,ସୁମନ୍ତ ବାରିକ,କୋରାପୁଟ ରେଳବାଇ କଲୋନୀର ବବଲୁ ପାଟନିଆ ଓ ମିଶନ କମ୍ପାଉଣ୍ଡର ଅବଦ୍ଦୁଲ ଶେହେଜାଦ୍ । ଗିରଫ ୪ ଅଭିଯୁକ୍ତ ଗତ ୧୬ତାରିଖରେ କୋରାପୁଟ ଅଶୋକ ନଗର ଓ ୧୮ ତାରିଖରେ ପୁଜାରୀପୁଟ ଅଂଚଳରୁ ଦୁଇଟି ଘରୁ ସୁନା,ଟଙ୍କା ଓ ଅନ୍ୟାନ୍ୟ ଅଳଙ୍କାର ଚୋରି କରିଥିଲେ । ଘଟଣା ସମ୍ପର୍କରେ ଟାଉନ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । କୌଣସି ସୂତ୍ରରୁ ସୂଚନା ପାଇ ପୁଲିସ ସେମାନେ ଛପି ରହିଥିବା ସ୍ଥାନରେ ଚଢଉ କରି ଗିରଫ କରିଥିଲା । ଗିରଫ ଡକାୟତଙ୍କ ନିକଟରୁ ଚୋରି ସୁନା ଗହଣା,ଓ ନଗଦ ୧୪ ହଜାର ୭୩୦ ଟଙ୍କା ଉଦ୍ଧାର କରା ଯାଇଥିବା ଟାଉନ ଥାନା ସବ-ଇନସପେକ୍ଟର ରମେଶ କୁମାର ଦେବତା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.