Home କୋରାପୁଟ ପରବ ମୁଖ୍ୟ ସମାରୋହ ଉଦଘାଟିତ

ପରବ ମୁଖ୍ୟ ସମାରୋହ ଉଦଘାଟିତ

114

କୋରାପୁଟ; ତା୧୭-୧୧-୧୮(ଓଡିଆପୁଅ/ରଂଜନ କୁମାର ଦାସ ) ରାଜ୍ୟସ୍ତରୀୟ ଲୋକ ମହୋସôବ ପରବ-୨୦୧୮ ମୁଖ୍ୟ ସମାରୋହ ଲାଣ୍ଡିଗୁଡା ସ୍ଥିତ ସରକାରୀ ମହାବିଦ୍ୟାଳୟ ପଡିଆରେ ଶୁକ୍ରବାର ସଂନ୍ଧ୍ୟାରେ ଉଦଘାଟିତ ହୋଇଛି । ଜିଲାପାଳ ତଥା ପରବ କମିଟି ଅଧ୍ୟକ୍ଷ କେ.ସୂଦର୍ଶର୍ନ ଚକ୍ରବର୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସମାରୋହରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ତଥା ସାମଜିକ ସୁରକ୍ଷା ବିଭାଗ ମନ୍ତ୍ରୀ ପ୍ରଫୁଲ କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି । ଓଡିଶାର ଜଗନ୍ନାଥ ସଂସ୍କୃତି ଯେପରି ସାରା ବିଶ୍ୱରେ ଓଡିଶାକୁ ପରିଚୟ ଦେଇ ପାରିଛି ସେହିପରି ପରବ ମାଧ୍ୟମରେ କୋରାପୁଟ ମାଟିର ସଂସ୍କୃତି ଓ ଏତିହ୍ୟ ନିଜର ପରିଚୟ ଦେଇଥାଏ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ । ରାଜ୍ୟସଭା ସାଂସଦ ସୌମ୍ୟ ରଂଜନ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କୋରାପୁଟର ଲୋକ ମହୋସôବ ପରବର ଉଚ ପ୍ରଶଂସା କରିବା ସହ ଆଦିବାସୀ ସଂସ୍କୃତି ପରମ୍ପରାକୁ ବଂଚେଇ ରଖିବା ପାଇଁ ପରବ ପାଳନର ଯଥାର୍ଥତା ପ୍ରତିପାଦନ କରିଥିଲେ । କୋରାପୁଟ ସାଂସଦ ଝିନ୍ନ ହିକକା,ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି,ପଟ୍ଟାଙ୍ଗି ବିଧାୟକ ପ୍ରଫୁଲ କୁମାର ପାଙ୍ଗି, ଲକ୍ଷ୍ମୀପୁର ବିଧାୟକ କୈଳାଶ ଚନ୍ଦ୍ର କୁଲେଶିକା,ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଇଂ.ଇଶ୍ୱର ଚନ୍ଦ୍ର ପାଣିଗ୍ରାହି, ଜିଲା ପରିଷଦ ସବାପତି ପଭୁୂ ଯାନୀ, ସ୍ୱତନ୍ତ୍ ଉନ୍ନୟନ ପରିଷଦ ଅଧ୍ୟକ୍ଷ କମୁଳୁ ଯାନୀ,କ୍ରୀଟ ଅଧ୍ୟକ୍ଷ ଅଶୋକ କୁମାର ପାଙ୍ଗି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପରବ ପାଳନର ଆଭିମୁଖ୍ୟ ଓ ଉଦେ୍ଦଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଫୁଟବଲ ଖେଳାଳୀ ଜେ.କାମେଶ୍ୱର ରାଓ,ଦୃଷ୍ଟିହୀନ କ୍ରିକେଟର ନକୁଳ ନାୟକ,ଆଦିବାସୀ ନାଟଗୁରୁ ଜଗବନ୍ଧୁ ଦିଶାରୀ,ସମାଜସେବୀ ଏନ.ସନ୍ତୋଷ କୁମାର,ଶିକ୍ଷକ ଓମ୍ ପ୍ରକାଶ ମିଶ୍ର ଏବଂ ବରିଷ୍ଠ ସାମ୍ବାଦିକ ଡି.ଶଙ୍କର ରାଓଙ୍କୁ ପରବ ସମ୍ମାନରେ ସମ୍ମାନୀତ କରା ଯାଇଥିଲା । ଏହି ଅବସରରେ ପରବ ସ୍ମରଣିକା ଉନ୍ନୋଚନ କରାଯାଇଥିଲା ।ଅତିରିକ୍ତ ଜିଲାପାଳ ଦେବେନ କୁମାର ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବାବେଳେ ଡିଆରଡିଏ ପ୍ରକଳ୍ପ ନିଦେ୍ର୍ଦଶକ ଅବଦ୍ଦୁଲ ଏମ୍ ଅଖତାର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ରାତିରେ ପରବ ମଂଚରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୋରାପୁଟ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଲ୍ଲା ପଂଚାୟତ ଅଧିକାରୀ ସୁଦେଶ ପଟନାୟକ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଏପିଡି ହିମାଂଶୁ ଶତପଥି , ଜିଲ୍ଲା ଜଳବିଭାଜିକା ପ୍ରକଳ୍ପ ନିଦେ୍ର୍ଦଶକ ଭବାନୀ ଶଙ୍କର କାଲ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହ ଯୋଗ କରିଥିଲେ ।କଲେଜ ପଡିଆରେ ଆୟୋଜିତ ପଲ୍ଲିଶ୍ରୀମେଲାରେ ୩୫୦ ଟି ଷ୍ଟଲ ରହିଥିବା ବେଳେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହା ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.