Home ଜିଲ୍ଲା ପରିକ୍ରମା କୋରାଇ ପୁଲିସ ପକ୍ଷରୁ ସଡକ ସୁରକ୍ଷା ସଚେତନତା ରାଲି

କୋରାଇ ପୁଲିସ ପକ୍ଷରୁ ସଡକ ସୁରକ୍ଷା ସଚେତନତା ରାଲି

130

ଯଜପୁର୧୬ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବା ବେଳେ କୋରାଇ ଥାନା ପକ୍ଷରୁ କାହ୍ନୁ ଚରଣ ମହାବିଦ୍ୟାଳୟ ସହଯୋଗରେ ଆଜି ସଚେତନତା କାର୍ଯ୍ୟକ୍ରମ ୨୦ ନମ୍ବର ଜାତୀୟ ରାଜପଥର ବେଣାପୁର ଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ଯାତାୟତ କରୁଥିବା ସମସ୍ତ ବାଇକ ଠାରୁ ଆରମ୍ଭ କରି କାର ପର୍ଯ୍ୟନ୍ତ ସମସ୍ତଙ୍କୁ ଲିଫଲେଟ ବଂଟାଯିବା ସହ ସଚେତନତା କରାଯାଇଥିଲା ।

 

ବିଶେଷ କରି କଲେଜ ଛାତ୍ର/ଛାତ୍ରୀ, ଅଧ୍ୟାପକ/ଅଧ୍ୟାପିକା, ସ୍ଥାନୀୟ ରାଜନେତା ମାନେ ଏଥବରେ ବହୁଳ ସଂଖ୍ୟାରେ ଯୋଗଦାନ କରିଥିଲେ । ଏସଡିପିଓ ଚିନ୍ମୟ କୁମାର ନାୟକ, ଥାନାଧିକାରୀ ରଣଜିତ ମହାନ୍ତିଙ୍କ ନେତୃତ୍ୱରେ ଏସଆଇ ସୁବ୍ରତ ସାହୁ, ଏଏସଆଇ ସଲିଳ କୁମାର ମଲ୍ଲିକ, କୋରାଇ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡଃ ମୋହନ ଚରଣ ଖୁଂଟିଆ, ଅଧାପିକା ସରିତା ପୃଷ୍ଟି, ଆଲୋକ ମହାନ୍ତି, ତାରକେଶ୍ୱର ମହାନ୍ତି, ବାଇଧର ମାଝୀ, ବଳରାମ ରାଉତ, ସୋମନାଥ ଦାସ, ପ୍ରମୋଦ ମହାନ୍ତିଙ୍କ ସମେତ ବିଜୟ ଆଦର୍ଶ ଫାଉଣ୍ଡେସନର କର୍ମକର୍ତା, ଥାନାର ସମସ୍ତ ଅଧିକାରୀ କର୍ମଚାରୀ, କଲେଜ ଅଧ୍ୟାପକ/ଅଧ୍ୟାପିକା, ଛାତ୍ର/ଛାତ୍ରୀ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.