Home ଜିଲ୍ଲା ପରିକ୍ରମା ମେଗା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମନ୍ୱୟ ମେଳା

ମେଗା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମନ୍ୱୟ ମେଳା

122

ଯଜପୁର୧୬ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଓଡିଶା ଜୀବିକା ମିଶନ, ଯାଜପୁର ଆନୁକୂଲ୍ୟରେ ଏବଂ ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଆଞ୍ଚଳିକ କାର୍ଯ୍ୟାଳୟ, ଚଣ୍ଡିଖୋଲ ପ୍ରୋତ୍ସାହନରେ ଗ୍ରାମ୍ୟ ବ୍ୟାଙ୍କର ୩୯ ଟି ଶାଖା ମାଧ୍ୟମରେ ଏକ ସପ୍ତାହ ବ୍ୟାପୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ସମନ୍ୱୟ ମେଳା ୩୯ ଟି ଶାଖାରେ ଅନୁଷ୍ଠିତ ହୋଇଯାଇଅଚ୍ଥି ।  ଏହି ମେଳା ମାଧ୍ୟମରେ ୮୩୭ ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ସମୁଦାୟ ୧୬ କୋଟି ୭ ଲକ୍ଷ ୪୨ ହଜାର ଟଙ୍କା ଋଣ ମାଧ୍ୟମରେ ବଣ୍ଟନ କରାଯାଇଅଚ୍ଥି ।    ଏହି କାର୍ଯ୍ୟକ୍ରମକୁ ସପଂଳ କରିବା ପାଇଁ  ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କ ତତ୍ତ୍ୱାବଧାନରେ ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ  ପରିଚାଳକ ବନଜାକାନ୍ତ ମାହାରୀ, ଓଡିଶା ଜୀବିକା ମିଶନର ଆର୍ଥିକ ଅନ୍ତର୍ଭୁକ୍ତିକରଣ ପରାମର୍ଶଦାତା  ପିତାମ୍ୱର ପତି, ଗ୍ରାମ୍ୟ ବ୍ୟାଙ୍କର ବିଭିନ୍ନ ଶାଖା, ବ୍ଳ୍‌କ ଗସ୍ତ କରି ଗୋଷ୍ଠୀ ମାନଙ୍କ ସହିତ ସମନ୍ୱୟ ରକ୍ଷା କରି ଏହି କାର୍ଯ୍ୟକ୍ରମକୁ ସପଂଳ କରିବାରେ ସକ୍ଷମ ହୋଇପାରିଚ୍ଥନ୍ତି ।
 

ଜିଲ୍ଲା ଜୀବିକା ମିଶନ ତରପଂରୁ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ  ଗୋବିନ୍ଦ ଚନ୍ଦ୍ର ସେଠୀ ଗ୍ରାମ୍ୟ ବ୍ୟାଙ୍କର ସମସ୍ତ ଶାଖା ପରିଚାଳକ, ଅନ୍ୟାନ୍ୟ ଅଧିକାରୀ, ସମସ୍ତ ବ୍ଳ୍‌କର ଗୋଷ୍ଠୀ ଊନ୍ନୟନ ଅଧିକାରୀ, ଜୀବିକା ମିଶନ, ଯାଜପୁରର ସମସ୍ତ ବ୍ଳକ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ସେମାନଙ୍କର ସାହାଯ୍ୟ ଓ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଚ୍ଥନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.