Home କେନ୍ଦୁଝର କୋଭିଡ କଟକଣା ଯୋଗୁଁ ଫିକା ପଡିଲା ଗଣେଶ ପୂଜା

କୋଭିଡ କଟକଣା ଯୋଗୁଁ ଫିକା ପଡିଲା ଗଣେଶ ପୂଜା

152

ହାଟଡିହି -୨୨ । ୮ :(ଓଡିଆପୁଅ,/ ବିକାଶ ବିଶ୍ୱାଳ) ଗଣେଶପୂଜା ଓ ଭାଲୁକାଣି ଭୂଜା ଉପରେ କୋଭିଡ କଟକଣା ଲାଗୁ ହେବାପରେ ଆଜି ଗଣେଶ ପୂଜା ଫିକା ପଡିଛି । ସାଧାରଣତଃ ସ୍କୁଲ କଲେଜ, କ୍ଲବ ମାନଙ୍କରେ ଏହା ବଡ ଧୁମଧାମରେ ପାଳିତ ହେଉଥିବାବେଳେ ଚଳିତବର୍ଷ ଏହା ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରିକରାଯିବା ପରେ ଆଜି କୌଣସି ସ୍କୁଲ କଲେଜରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପୂଜା କରାଯାଇ ନାହିଁ । ଏଥିପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସରସତା ନଥିବାବେଳେ ଯୁବକ ମାନଙ୍କ ମଧ୍ୟରେ ନୈରାଶ୍ୟ ଭାବ ଦେଖା ଦେଇଛି । କେଉଁଠି କେମିତି ସ୍କୁଲ ଶିକ୍ଷକ ମାନଙ୍କ ଦ୍ୱାରା ବିଧିବ୍ୟବସ୍ଥା ଅନୁଯାଇ କେବଳ ପୂଜା କରାଯାଇଥିବାବେଳେ କ୍ଲବ ମାନଙ୍କରେ ସାର୍ବଜନୀନ ପୂଜାବ୍ୟବସ୍ଥାକୁ ବନ୍ଦ କରାଯାଇ ଜଣେ ଦୁଇଜଣ ସଦସ୍ୟଙ୍କ ଦ୍ୱାରା ପୂଜାକାର‌୍ୟ୍ୟ କରାଯାଇଛି । ଅଧିକାଶଂ ସ୍ଥାନରେ କେବଳ ଫଟୋ ପୂଜା କରାଯାଉଥିବା ଦେଖିବାକୁ ମିଳିଛି । କୌଣସି ସ୍ଥାନରେ ମେଢ଼ କରାଯାଇ ନଥିବାବେଳେ କୌଣସି ମଣ୍ଡପରେ ମଧ୍ୟ ଯାକଜମକରେ ପ୍ରଭୂଙ୍କ ପୂଜାର ଦର୍ଶନ ମିଳିନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.