Home ଜିଲ୍ଲା ପରିକ୍ରମା ପ୍ରସ୍ତାବିତ ସିମେଣ୍ଟ କାରଖାନାକୁ ବିରୋଧ କରି ତିନି ପଞ୍ଚାୟତର ଆଦିବାସୀଙ୍କ ମେଳି : ମରିବୁ ପଛେ...

ପ୍ରସ୍ତାବିତ ସିମେଣ୍ଟ କାରଖାନାକୁ ବିରୋଧ କରି ତିନି ପଞ୍ଚାୟତର ଆଦିବାସୀଙ୍କ ମେଳି : ମରିବୁ ପଛେ କାରଖାନା କରାଇଦେବୁ ନାହିଁ

55

ମାଲକାନଗିରି : ୯/୧ (ଓଡ଼ିଆ ପୁଅ) ମରିବୁ ପଛେ ଜମି ଜଳ ଜଙ୍ଗଲକୁ ହରାଇବୁ ନାହିଁ କି ଗାଁରେ ସିମେଣ୍ଟ କାରଖାନା କରାଇଦେବୁ ନାହିଁ। ଦାବିନେଇ ଏକାଠି ହୋଇଛନ୍ତି ଆଦିବାସୀ ମହିଳା ଓ ପୁରୁଷ। ମାଲକାନଗିରି ଜିଲ୍ଲା ମାଟା ପକା ପଞ୍ଚାୟତର କତା ମେଟରୁ ଗ୍ରାମରେ ଆଜି ପ୍ରସ୍ତାବିତ ସିମେଣ୍ଟ କାରଖାନାକୁ ବିରୋଧ କରି ଏକ ବିରାଟ ଆଦିବାସୀ ମେଳି ଅନୁଷ୍ଟିତ ହୋଇଯାଇଛି।

ମାଟାପେକା ଓ ନିଲିଗୁଡା ପଞ୍ଚାୟତ ଅଞ୍ଚଳରେ ପ୍ରଚୁର ପରିମାଣରେ ଚୂନ ପଥର ଓ ଖଣିଜ ଦ୍ରବ୍ୟ ଥିବାରୁ ଏଠାରେ ଏକ ଘୋରୋଇ ସଂସ୍ଥା ପକ୍ଷରୁ ଏକ ସିମେଣ୍ଟ କାରଖାନା ପ୍ରତିଷ୍ଠା କରିବା ପାଇଁ ଯୋଜନା ଚଳାଇଛନ୍ତି। ଏହି ଖବର ଜାଣିପାରି ଗତ ଦୁଇ ବର୍ଷ ହେଲା ପ୍ରସ୍ତାବିତ ଏହି ସିମେଣ୍ଟ କାରଖାନାକୁ ଅଞ୍ଚଳ ବାସୀ ବିରୋଧ କରି ଆସୁଥିଲେ। ଗତ କିଛି ଦିନ ହେଲା ସଂପୃକ୍ତ ଡ।ଲମିଆଁ କମ୍ପାନୀ ସିମେଣ୍ଟ କାରଖାନା କରିବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଥିବାରୁ ଏହାକୁ ବିରୋଧ କରି ମାଟ।ପକା, ନିଲିଗୁଡ଼ା, ମାଟେରୁ ପଞ୍ଚାୟତ ସହ ଆଖ ପାଖ ଅଞ୍ଚଳ ର ହଜାର ହଜାର ସଂଖ୍ୟାରେ ଆଦିବାସୀ ମହିଳା ଓ ପୁରୁଷ ମାନେ ନିଜ ପିଲା ଛୁଆ ଧରି ଛତିଶଗଡ଼ ସୀମାନ୍ତ କତାମାଟେରୁ ଗ୍ରାମରେ ଏକ ବିରାଟ ମେଳି କରିଥିଲେ।ଏହି ସିମେଣ୍ଟ କାରଖାନା ପ୍ରତିଷ୍ଠା ହେଲେ ତିନୋଟି ପଞ୍ଚାୟତ ର ଜମି, ଜଙ୍ଗଲ, ଜଳ, ଭିଟା ମାଟି ହରାଇବା ସହ ଜୀବନ ଜୀବିକା ସମ୍ପର୍ଣ୍ଣ ନଷ୍ଟ ହେବା ବହୁ ଆଦିବାସୀ ପରିବାର ବିସ୍ଥାପିତ ହେବେ, ଏହି ଅଞ୍ଚଳ ର ଆଦିବାସୀ ମାନେ ଜଙ୍ଗଲ ଜାତ ଦ୍ରବ୍ୟ ମହୁଲ, ଟୋଲ।, କେନ୍ଦୁପତ୍ର, ଧାନ ସହ ମାଣ୍ଡିଆ ବିଭିନ୍ନ ଫସଲ ନଷ୍ଟ ହେବା ସହ ସେମାନଙ୍କ ଜୀବନ ଜୀବିକା ହରାଇବେ ବୋଲି ଗ୍ରାମ ବ।ସୀମାନେ ଅଭିଯୋଗ କରିଛନ୍ତି।

ଏହି ମେଳି ରେ ଆଦିବାସୀ ନେତା କାଳିମେଳା ବ୍ଲକ୍ ଅଧକ୍ଷ ମାଲ।ମାଡ଼ି, ଆଇନଜୀବୀ ରାମ ପ୍ରସାଦ ପଟ୍ଟନାୟକ, ନିଲିଗୁଡ଼ା ସରପଂଚ ବୁଦ୍ର। କର୍ତ।ମୀ, ମ।ଟାପକା ସରପଂଚ ବିନାୟକ ମାଡକମି, ଏରା ପୋଡ଼ିଆମୀ, ମୁକା ପୋଡିଆମୀ, ଆଦିତ୍ୟ କବ।ସି, କେଶା ବେଞ୍ଜ।ମି, ହରି ଗୋଲରି, ପଡିଆ ବ୍ଲକ୍ ଅଧ୍ୟକ୍ଷ ଦେବା ମାଡ କ।ମି ପ୍ରମୁଖ ଉପସ୍ଥିତ ରହି ଆମେ ମରିବୁ ପୋଛେ ଜମି, ଜଳ ଜଙ୍ଗଲ ଛାଡ଼ିବୁ ନାହିଁ ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.