Home କେନ୍ଦୁଝର ସେନାରେ ସାମିଲ ହେବା ସ୍ୱପ୍ନ ଅଧାରେ ରହିଲା-ଗୁରୁତର ଭଗବାନ ସେଠୀଙ୍କୁ ସହାୟତା ପାଇଁ ନିବେଦନ

ସେନାରେ ସାମିଲ ହେବା ସ୍ୱପ୍ନ ଅଧାରେ ରହିଲା-ଗୁରୁତର ଭଗବାନ ସେଠୀଙ୍କୁ ସହାୟତା ପାଇଁ ନିବେଦନ

47

ହାଟଡ଼ିହି-୭ / ୪, (ଓଡିଆପୁଅ / ବିକାଶ ବିଶ୍ୱାଳ) ସେନାରେ ସାମିଲ ହେବାପାଇଁ କେତେ ଆଶାକରି ପ୍ରସ୍ତୁତି ଚଲାଇଥିଲେ । ଇଣ୍ଟରଭିୟୁ ମଧ୍ୟ ଦେଇ କୃତକାର୍ଯ୍ୟ ହୋଇଥିଲେ । କିନ୍ତୁ ସବୁ ସ୍ୱପ୍ନ ଅଧାରେ ରହିଗଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଧିନସ୍ଥ ପଞ୍ଚୁଗୋଛିଆ ପଞ୍ଚାୟତ ହୀରାପୁର ଗ୍ରାମରେ । ଗ୍ରାମର ସନାତନ ସେଠୀଙ୍କ ପୁଅ ଭଗବାନ ସେଠୀ ସେନାବାହିନୀରେ ନିଜକୁ ସାମିଲ କରିବାପାଇଁ ପ୍ରସ୍ତୁତ ହେଉଥିଲେ । ସେ ସବୁଦିନ ପରି ଗତ ୨୬ତାରିଖ ସକାଳୁ ମଣିଂ ୱାର୍କ କରିବାକୁ ସୁଲଣ ରାସ୍ତାରେ ଦୌଡି ଦୌଡି ଯାଉଥିବା ସମୟରେ ହଠାତ୍ ସେ ତଳେ ପଡିଯାଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକମାନେ ତାଙ୍କୁ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଯିବାପରେ ସେଠାରୁ କଟକର ଏକ ଘରୋଇ ଚିକିତ୍ସାକେନ୍ଦ୍ରକୁ ନିଆଯାଇଥିଲେ । ସେଠାରେ ଆଇସିୟୁ ରେ ରଖାଯାଇ ଚିକିତ୍ସା କରାଯାଉଛି । ଖବରପାଇ ସପୋଟିଭ ହ୍ୟାଣ୍ଡର ସମ୍ପାଦକ ବିଶ୍ୱଜିତ ଦାସ, ସଦସ୍ୟ ସୁଧାଶୁଂ ନାୟକ, ବିଦ୍ୟା ସାଗର ବାରିକ, ଫଣି ପ୍ରକାଶ ଜେନା ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ୭ହଜାର ଟଙ୍କାର ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି । ଭଗବାନ ସେଠୀ ଜଣେ ଅତ୍ୟନ୍ତ ଗରିବ ପରିବାରର ହୋଇଥିବାରୁ ତାଙ୍କର ଚିକିତ୍ସା ପାଇଁ ବହୁତ ଅର୍ଥର ଆବଶ୍ୟକତା ପଡୁଛି । ଏଣୁ ସରକାର କିମ୍ବା କୌଣସି ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଭଗବାନର ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.