Home ଜିଲ୍ଲା ପରିକ୍ରମା କୋବିଡ଼-୧୯ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଦିନର ଦରମା ପ୍ରଦାନ

କୋବିଡ଼-୧୯ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଦିନର ଦରମା ପ୍ରଦାନ

116

ଭଦ୍ରକ, ୧୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସାରା ବିଶ୍ୱରେ କରୋନା ମହାମାରୀ ଯେଉଁଭଳି ଭାବରେ ମଣିଷ ସମାଜର ଜୀବନ ଓ ଜୀବିକାକୁ ପ୍ରଭାବିତ କରିଛି, ସେହି ପରିସ୍ଥିତିରେ ସରକାରଙ୍କୁ ଆର୍ôଥକ ସହାୟତା ଯୋଗାଇବା ପାଇଁ ଭଦ୍ରକ ଜିଲ୍ଲାର ସମସ୍ତ ଶିକ୍ଷକ ଗୋଟିଏ ଦିନର ଦରମା ଜିଲ୍ଲାପାଳ ଡ- ଜ୍ଞାନ ଦାସଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି। ପ୍ରକାଶ ଥାଉକି ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁଙ୍କ ଆହ୍ୱାନ କ୍ରମେ ଭଦ୍ରକ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ଶିକ୍ଷା କର୍ମଚାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ସମେତ ସମସ୍ତ ବ୍ଲକ ଶିକ୍ଷାଧିକାରୀ କୋବିଡ଼ ମହାମାରୀର ମୁକାବିଲା ପାଇଁ ଗୋଟିଏ ଦିନର ଦରମା ୯୬ଲକ୍ଷ ୪୬ହଜାର ୮୮୩ ଟଙ୍କା ପ୍ରଦାନ କରିଛନ୍ତି। ଏଥିଲାଗି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସାହୁ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷାକର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଜି ଶ୍ରୀଯୁକ୍ତ ସାହୁଙ୍କ ସହିତ ତିହିଡି ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ, ଓଷ୍ଟା ରାଜ୍ୟ ୁପସଭାନେତ୍ରୀ ସୁରଜିତା ନାୟକ, ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦିକା ଚାରୁଲତା ମହାପାତ୍ର, ଓଷ୍ଟା ରାଜ୍ୟନେତା ଅକ୍ଷୟ ହୋତା, ଜିଲ୍ଲ ସମ୍ପାଦକ ପ୍ରଦୀପ୍ତ ଦାସ, ପ୍ରାଥମିକ ଶିକ୍ଷକ ସଂଘ ଜିଲ୍ଲା ସମ୍ପାଦକ ମନୋରଂଜନ ନାୟକ, ରମାକାନ୍ତ ଦାସ, ବିଶ୍ୱରଂଜନ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.