Home ଜିଲ୍ଲା ପରିକ୍ରମା ଅଖଣ୍ଡ ଭାରତ ଦିବସ ଉପଲକ୍ଷେ ବଜରଙ୍ଗ ଦଳର ଦୀପଦାନ

ଅଖଣ୍ଡ ଭାରତ ଦିବସ ଉପଲକ୍ଷେ ବଜରଙ୍ଗ ଦଳର ଦୀପଦାନ

81

ଭଦ୍ରକ, ୧୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଅଖଣ୍ଡ ଭାରତ ଦିବସ ଉପଲକ୍ଷେ ବଜରଙ୍ଗ ଦଳ ଭଦ୍ରକ ନଗର ଶାଖା ପକ୍ଷରୁ ହଳଦୀଡିହ ଭାରତମାତା ମନ୍ଦିରରେ ଦୀପଦାନ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି। ବଜରଙ୍ଗ ଦଳର ଭଦ୍ରକ ନଗର ସଂଯୋଜକ ଦେବାଶିଷ ଗ୍ରହାଚାର୍ଯ୍ୟଙ୍କ ନେତୃତ୍ୱରେ ଏହି ଦୀପଦାନ କାର୍ଯ୍ୟକ୍ରମ କରାଯାଇଥିଲା। କରୋନା ମହାମାରୀ କାରଣରୁ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ ଦୀପଦାନ ହୋଇଥିଲା। ଅଖଣ୍ଡ ଭାରତର ସ୍ୱପ୍ନ ଆଚାର୍ଯ୍ୟ ଚାଣକ୍ୟ ଦେଖିଥିଲେ। ଆଉ ଏ ସ୍ୱପ୍ନକୁ ସାକାର କରିବା ପାଇଁ ଚନ୍ଦ୍ରଗୁପ୍ତଙ୍କୁ ଏ ଦିଗରେ ପ୍ରେରିତ କରିଥିଲେ ଆଉ ଆଜି ମଧ୍ୟ ସେହି ସ୍ୱପ୍ନକୁ ରୂପ ଦେବା ପାଇଁ ଆମ୍ଭେ ସଂକଳ୍ପ ନେଇଛୁ। ରାଷ୍ଟ୍ରର ସ୍ୱାଭିମାନ ସୁରକ୍ଷା ଓ ଅଖଣ୍ଡତାର ରକ୍ଷା ନେଇ ବଜରଙ୍ଗ ଦଳର କର୍ମକର୍ତ୍ତା ପ୍ରକାଶ କରିଥିଲେ। ଅଖଣ୍ଡ ଭାରତ, କରୋନା ମହାମାରୀରୁ ମୁକ୍ତି ପାଇଁ ସମସ୍ତ କାର୍ଯ୍ୟକର୍ତ୍ତାମାନେ ଭାରତମାତାଙ୍କ ପାଖରେ ଦୀପଦାନ କରି ସଂକଳ୍ପ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତୀୟ ଅଧିକାରୀ ଗୋବିନ୍ଦ ରାଉତ, ଜିଲ୍ଲା ସଭାପତି ବିଜୟ କୁମାର ସିନ୍‌ହା, ୁପସଭାପତି ନିରଞ୍ଜନ ସାହୁ, ବଜରଙ୍ଗଦଳର ବାଲେଶ୍ୱର ବିଭାଗ ସଂଯୋଜକ ସ୍ୱାଧୀନ ସୁନ୍ଦର ଦାସ, ବରିଷ୍ଠ କାର୍ଯ୍ୟକତ୍ତା ପୁନିଲ କୁମାର ସାମନ୍ତ, ମହେଶ୍ୱର ବେହେରା, ମଦନ ବାରିକ, ମାନସ ବାରିକ, ପ୍ରଶାନ୍ତ ମଲ୍ଲିକ, କାହ୍ନା ଖୁଣ୍ଟିଆ, ଦୁର୍ଗାଶଙ୍କର ଯେନା, ସନ୍ତୋଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.