Home କୋରାପୁଟ କୋଟିଆ ମାଟି ମାର ସୁରକ୍ଷା ପାଇଁ ଦଳଗତ ନିର୍ବିଶେଷରେ ସମସ୍ତେ ଏକାଠି ସ୍ୱର ଉତୋଳନ କରିବାର...

କୋଟିଆ ମାଟି ମାର ସୁରକ୍ଷା ପାଇଁ ଦଳଗତ ନିର୍ବିଶେଷରେ ସମସ୍ତେ ଏକାଠି ସ୍ୱର ଉତୋଳନ କରିବାର ଆବ୍ୟଶକତା ରହିଛି- ଶ୍ରୀ ଦାସବର୍ମା

46

କୋରାପୁଟ ୧୧-୦୨(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆର ବିବାଦୀୟ ଗ୍ରାମପୁଞରେ ଆନ୍ଧ୍ର ଅନୁପ୍ରବେଶ କରି ବିଭିନ୍ନ କାର୍ଯ୍ୟକ୍ରମ କରି ବାସିନ୍ଦାମାନଙ୍କୁ ନିଜ ଆଡକୁ ନେବାକୁ ପ୍ରୟାସ ଜାରି ରଖିଥିବା ବେଳେ କୋଟିଆର ୩ ଟି ବିବାଦୀୟ ଗ୍ରାମପୁଞର ନାମ ପରିବର୍ତନ କରି ପଂଚାୟାତ ନିର୍ବାଚନ କରୁଥିବାରୁ ରାଜ୍ୟରେ କୋଟିଆ ଏବେ  ଚର୍ଚ୍ଚାରେ ରହିଛି ।ଗତକାଲି  ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ କୋଟିଆ ଗସ୍ତ କରି କୋଟିଆର ସମସ୍ୟା ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ସୃଷ୍ଟି ହୋଇଥିବା ଅଭିଯୋଗ କରିଥିଲେ ।ଆଜି ସ୍ଥାନୀୟ ସର୍କିଟହାଉସଠାରେ ବିଜେଡି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇଥିଲା ।ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସବର୍ମା ଯୋଗଦେଇ ଆନ୍ଧ୍ରପ୍ରଦେଶ ୧୯୫୬ ମସିହାରେ ଗଠନ ହୋଇଥିଲା ତା ପୂର୍ବରୁ ୧୯୩୬ ମସିହାରେ ଓଡିଶା ପ୍ରଦେଶ ଗଠନ ହୋଇସାରିଥିଲା ବୋଲି ସୂଚନା ଦେଇଥିଲେ ।୧୯୫୧ ମସିହା ସାଧାରଣ ନିର୍ବାଚନରେ କୋଟିଆ ବାସିନ୍ଦା ଭୋଟଦାନ କରିଥିବା ବେଳେ  ଆନ୍ଧ୍ର ଷଡଯନ୍ତ୍ର କରି ନିର୍ବାଚନ କରୁଥିବା ସେ ଅଭିଯୋଗ କରିଥିଲେ ।କୋଟିଆ ମାଟି ମାର ସୁରକ୍ଷା ପାଇଁ ଦଳଗତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ସ୍ୱର ଉତୋଳନ କରିବାର ଆବଶ୍ୟକତା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ ।କୋଟିଆର ବୈାଗଳିକ ପରିସୀମାର ସୁରକ୍ଷା ନିମନ୍ତେ ମଧ୍ୟ ସମ୍ମଳିତ ସ୍ୱର ଉଠିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।  ଓଡିଶାର ସ୍ୱାଭିମାନ ସହିତ କୋଟିଆ ଜଡିତ ଅଛି ଓ ରାଜ୍ୟ ସରକାର କୋଟିଆର ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ସେ ସୂଚନା ଦେଇଛନ୍ତି । ଏହି ସାମ୍ବଦିକ ସମ୍ମିଳନୀରେ ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ , ଜିଲ୍ଲାପରିଷଦ ସଭାପତି ତୁଲସି କିରସାନି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.