Home ଓଡ଼ିଶା କୋଇଲା ପରିବହନକୁ ନେଇ ତେଜିଲା ବିବାଦ

କୋଇଲା ପରିବହନକୁ ନେଇ ତେଜିଲା ବିବାଦ

101

ଅନୁଗୁଳ,୨୬/୦୯,(ଓଡ଼ିଆ ପୁଅ ପି ନାଏକ): ଟ୍ରକରେ କୋଇଲା ପରିବହନକୁ ନେଇ ମୁଣ୍ଡ ଟେକିଛି ବିବାଦ । ସ୍ଥାନୀୟ ଲୋକଙ୍କ ଟ୍ରକ ପରିବର୍ତ୍ତେ ଅନ୍ୟ କମ୍ପାନୀର ଟ୍ରକରେ କୋଇଲା ପରିବହନକୁ ବିରୋଧ କରିଛନ୍ତି ଅନୁଗୁଳ ତାଳଚେର ଜଗନ୍ନାଥ ଟ୍ରକ ଓନର୍ସ ଆସୋସିଏସନ । ସଂଘର ଲୋକେ ଅଭିଯୋଗ କରିଛନ୍ତି ଯେ କୋଇଲା ଖଣି ପାଇଁ ଜମି ବାଡ଼ି ହରାଇ ସର୍ବସାନ୍ତ ହୋଇଛନ୍ତି । ଏଭଳି ସ୍ଥଳେ ଲୋନ କରି ଟ୍ରକ କିଣି କୋଇଲା ପରିବହନ କରି ସେମାନେ ଗୁଜୁରାଣ ମେଣ୍ଟାଉଛନ୍ତି ।

କିନ୍ତୁ ସେରାବାଲି ନାମକ ଏକ ସଂସ୍ଥା ଆସି ତାଙ୍କ ସ୍ଥାନରେ ପରିବହନ କରିବାକୁ ବସିଛି । ଏଭଳି ହେଲେ ସେମାନେ ଆଉ ପରିବହନ କରିପାରିବେ ନାହିଁ । ଯାହାପରେ ସେମାନେ ଜୀବିକା ହରାଇବେ । ଆଉ ଏଥିରେ କ୍ଷତି ସହିବେ ପ୍ରାୟ ୧୦୦ରୁ ଅଧିକ ଟ୍ରକ ମାଲିକ । ତୁରନ୍ତ ପ୍ରଶାସନ ସେମାନଙ୍କ ଦାବି ପ୍ରତି ନଜର ଦେବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ଦାବି କରିଛନ୍ତି । ଯଦି ସେରାବାଲି ଜୋର ଜବରଦସ୍ତ କରେ ତେବେ ତାର ପରିଣାମ କୋଇଲା ଖଣିକୁ ସେମାନେ ଅଚଳ କରିଦେବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.