Home ଓଡ଼ିଶା ଉଚ୍ଛେଦ ପରେ ଜମି ଅଧିଗ୍ରହଣ ନେଇ ବିଜ୍ଞପ୍ତି ଜାରି କଲେ ସରକାର

ଉଚ୍ଛେଦ ପରେ ଜମି ଅଧିଗ୍ରହଣ ନେଇ ବିଜ୍ଞପ୍ତି ଜାରି କଲେ ସରକାର

214

ପୁରୀ,୨୬/୦୯,(ଓଡ଼ିଆ ପୁଅ ପି ନାଏକ): ଉଚ୍ଛେଦ ପରେ ଏବେ ପୁରୀରେ ଜମି ଅଧିଗ୍ରହଣ ନେଇ ଆସିଲା ବଡ଼ ଖବର । ମେଘନାଦ ପାଚେରୀଠାରୁ ୭୫ ମିଟର ମଧ୍ୟରେ ନିରାପତ୍ତା ବଳୟ ନିର୍ମାଣ ପାଇଁ ଜମି ଅଧୀଗ୍ରହଣ କରିବା ନେଇ ରାଜ୍ୟ ସରକାର ଜାରି କଲେ ବିଜ୍ଞପ୍ତି । ପୁରୀ ଜିଲ୍ଲାପାଳଙ୍କ ଅନୁରୋଧ ପରେ ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଜମି ଅଧିଗ୍ରହଣ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ମେଘନାଦ ପାଚେରୀ ୭୫ ମିଟର ପରିଧି ମଧ୍ୟରେ ଥିବା ୫ଟି ସ୍ଥାନ ଯଥା, ବାସେଳି ସାହିରୁ ୩.୦୨୮ ଏକର, ମଣିକର୍ଣିକା ସାହିର ୩.୬୨୭ ଏକର, କାଳିକା ଦେବୀ ସାହିରୁ ୧.୯୫୧ ଏକର, ଦୋଳମଣ୍ଡପ ସାହିରୁ ୦.୦୭୭ ଏକର ଏବଂ ଚୁଡ଼ଙ୍ଗ ସାହିରୁ ୩.୮୬୧୫ ଏକର ଜମି ଅଧିଗ୍ରହଣ କରିବାକୁ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.