Home ଆନ୍ତର୍ଜାତୀୟ ପୂର୍ବ ଇଣ୍ଡୋନେସିଆରେ ଭୂକମ୍ପ ଅନୁଭୂତ

ପୂର୍ବ ଇଣ୍ଡୋନେସିଆରେ ଭୂକମ୍ପ ଅନୁଭୂତ

126

ନୂଆଦିଲ୍ଲୀ,୨୬/୦୯,(ଓଡ଼ିଆ ପୁଅ ପି ନାଏକ): ଆଜି ପୂର୍ବ ଇଣ୍ଡୋନେସିଆର ସୁଦୂର ମାଲୁକୁ ଦ୍ୱୀପରେ ୬. ୫ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଛି । ସମୟ ସକାଳ ୮: ୪୬ରେ ମାଲୁକୁ ପ୍ରଦେଶର ଆମ୍ବୋନ ଉତ୍ତରପୂର୍ବ ଉପକୂଳ ଠାରୁ ସମୁଦ୍ର ମଧ୍ୟକୁ ପ୍ରାୟ ୩୭ କିଲୋମିଟର ଦୂର ଏବଂ ଭୂଗର୍ଭର ୨୯ କିଲୋମିଟର ଅଭ୍ୟନ୍ତରରେ ଏହି ଭୂମିକମ୍ପ ସଙ୍ଘଠିତ ହୋଇଥିଲା । ଏନେଇ ଯୁକ୍ତରାଷ୍ଟ୍ର ଆମେରିକାର ଜିଓଲୋଜିକାଲ୍‌ ସର୍ଭେ ପ୍ରକାଶ କରିଛି । କିନ୍ତୁ କୌଣସି ସୁନାମି ସତର୍କତା ଜାରି କରାଯାଇନାହିଁ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ଭୂମିକମ୍ପବିଜ୍ଞାନୀମାନେ କହିଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତି ଏବଂ ମୃତାହତଙ୍କ ସଂଖ୍ୟା ହଠାତ୍‌ ଜଣାପଡ଼ି ନାହିଁ। ଅତୀତରେ ମଧ୍ୟ ଏହି ଅଞ୍ଚଳରେ ଭୟାନକ ଭୂମିକମ୍ପମାନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.