Home ଓଡ଼ିଶା କଟେଂନମେଟଂ ଜୋନର ଆଳଦେଖାଇ ମାଜିଷ୍ଟ୍ରେଟ,ଓକିଲଙ୍କୁ କୋର୍ଟଭିତରକୁ ଛାଡିଲା ନାହିଁ ପୁଲିସ,୨ଘଟାଂ ରାସ୍ତାରେ ଛିଡାହୋଇ ହଟ ହଟା...

କଟେଂନମେଟଂ ଜୋନର ଆଳଦେଖାଇ ମାଜିଷ୍ଟ୍ରେଟ,ଓକିଲଙ୍କୁ କୋର୍ଟଭିତରକୁ ଛାଡିଲା ନାହିଁ ପୁଲିସ,୨ଘଟାଂ ରାସ୍ତାରେ ଛିଡାହୋଇ ହଟ ହଟା ହେଲେ

142

ମାଲକାନଗିରି,୧୬ା୭(ଓଡିଆ ପୁଅ ) ଆଜି ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଟେଂନମେଟଂ ଜୋନର ଆଳଦେଖାଇ କୋର୍ଟପରିସର କୁ ମାଜିଷ୍ଟ୍ରେଟ,ଓକିଲ ମାନଙ୍କୁ ପୁଲିସ ଅଧିକାରୀ ମାନେ ଛାଡିନଥିଲେ । ଦୀର୍ଘ୨ଘଟାଂରୁ ଉର୍ଦ୍ଦସମୟ ଧରି ସିଜେଏମ,ଏସଡିଜେଏମ,ଜେଏମସି ୪ଜଣ ବିଚାରପତି ଙ୍କ ସହ ଓକିଲ ମାନେ ରାସ୍ତାରେ ଛିଡାହୋଇ ହଟହଟା ହୋଇଥିଲେ । ତହସିଲଦାର ଡ.ଗୁଣନିଧିନାୟକ,ଥାନାଅଧିକାରୀ ରାମପ୍ରସାଦ ନାଗ ଘଟଣାସ୍ଥଳରେ ପହଁଚି ଜଜ୍ ମାନଙ୍କୁ ବୁଝାସୁଜା କରିବା ସହିତ କଟେଂନମେଟଂ ଜୋନର ଅବଧିବୃଦ୍ଧି ହୋଇଥିବାରୁ ଗତକାଲି ମଧ୍ୟରାତ୍ର ଠାରୁ ପୁଣି ଥରେ ବାଲିମେଳା କୋର୍ଟଛକକୁ ସିଲକରିଦିଆ ଯାଇଥିବାର ଚିଠି ଦେଖାଇବାପରେ ଜଜ୍ ଓକିଲ ମାନେ ଫେରିଯାଇଥିଲେ । ସୁଚନା ଯୋଗ୍ୟ ଯେ କୋର୍ଟପରିସରରୁ ଗତ ୮ତାରିଖରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାପ୍ରଶାନ ପକ୍ଷରୁ ବାଲିମେଳାଛକ କୋର୍ଟପରିସରକୁ କଟେଂନମେଟଂ ଜୋନ ଭାବେ ଷୋଷଣାକରାଯାଇ ବାଲିମେଳା ଛକ ମୁଖ୍ୟରାସ୍ତାରେ ବେରିକେଟ ନିର୍ମାଣ କରାଯାଇଥିଲା ,ଏ ସଂପର୍କରେ ଜିଲ୍ଲାଜଜ ଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ଚିଠିଦ୍ୱାରା ଜଣାଇଦିଆ ଯାଇଥିବାରୁ ୧୫ତାରିଖ ପର୍ଯ୍ୟନ୍ତ କୋର୍ଟକଚେରୀ କୁ ବନ୍ଦକରିଦିଆ ଯାଇଥିଲା , କଟେଂନମେଟଂ ଜୋନ ୧୬ତାରିଖରେ ଉଠାଇ ଦିଆଯାଇଥିବା ଭାବି କୋର୍ଟଖୋଲିବାର ଥିବାରୁ ଆଜି କୋର୍ଟ ପରିସରକୁ ଓକିଲ,ସିଜେଏମ,ଏସଡିଜେଏମ,ଜେଏମସି୧, ଜେଏମସି୨ କୋର୍ଟର ମାଜିଷ୍ଟ୍ରେଟ ମାନେ ଯିବାପାଇଁ ସେହି ବାଲିମେଳା ଛକନିକଟରେ ପହଁଚିବାରୁ ସେଠାରେ ଜଗିଥିବା କିଛି ପୁଲିସ କର୍ମଚାରୀ ମାନେ ସେମାନଙ୍କ ଗାଡିକୁ ଅଟକାଇ କୋର୍ଟକୁ ଜିବାଲାଗି ବାରଣ କରି କହିଥିଲେ ,ଏ ଅଚଂଳ କଟେଂନମେଟଂ ଜୋନ ଥିବାରୁ କାହାରିକୁ ଛଡାଯିବ ନାହିଁ, ମାଜିଷ୍ଟ୍ରେଟ ମାନେ ଗାଡିରୁ ଓହ୍ଲାଇ କୋର୍ଟକୁ ଚାଲି ଚାଲି ଯିବାପାଇଁ ଉଦ୍ୟମକରିବାରୁ ତାହା ମଧ୍ୟ ପୁଲିସକର୍ମଚାରି ମାନେ ବାରଣକରି ଅଟକାଇଥିଲେ । ପୁବ ର୍ ଘୋଷଣା ଅନୁସାରେ ୧୬ତାରିଖ ସକାଳେ ଏଠାରୁ କଟେଂନମେଟଂ ଜୋନ ଉଠାଯାଇ କୋର୍ଟ ଖାଲିବା ପାଇଁ ନିସ୍ପତି ନିଆଯାଇଥିଲା । ଆଗରୁ କୌଣସି ସୁଚନା ନ ଜଣାଇ ପୁଣି ଏ ଅଚଂଳକୁ କଟେଂନମେଟଂ ଜୋନ ଘୋଷଣା କରିବା ଦ୍ୱାରା ମାଜିଷ୍ଟ୍ରେଟଂ ଓକିଲମାନେ ଅଯଥା ରାଜରାସ୍ତାରେ ଠିଆହୋଇ ଅପଦସ୍ତ ହୋଇ ନଥାନ୍ତେ ବୋଲି ଓକିଲ ମାନେ ଅଭି ଯୋଗ କରିଛନ୍ତି । ୨ଘଟାଂ ରାସ୍ତାରେ ଛିଡାହେବାପରେ କଟେଂନମେଟଂ ଜୋନର ଅବଧି କୁ ପୁଣିଥିରେ ବୃଦ୍ଧି କରାଯାଇଥିବାର ଜିଲ୍ଲାପାଳଙ୍କ ଚିଠି ପ୍ରଶାସନିକ ଅଧିକାରୀ ମାନେ ମାଜିଷ୍ଟ୍ରେଟଙ୍କୁ ଦେଖାଇଥିଲେ । ନିୟମ ଅନୁସାରେ କଟେଂନମେଟଂ ଜୋନ ଘୋଷଣା କରାଗଲେ କିମ୍ବା ଅବଧି କୁ ବୃଦ୍ଧିକରାଗଲେ ଏହାକୁ ଗଣମାଧ୍ୟମ ଓ ଡାକବାଜି ଯନ୍ତ୍ରଦ୍ୱାରା ପ୍ରଚାର କରିବା କଥା ନଚେତ କଟେଂନ ମେଟଂ ଜୋନର ବେରିକେଟ ରେ ଘୋଷଣା ନାମାର ଚିଠିଲଟକାଇବା କଥା । ପ୍ରଶାସନିକ ଅଧିକାରୀ ମାନଙ୍କ ଖାମଖିଆଲି ନିତି ଯୋଗୁ ଆଜି ତାହା କରାନଯାଇଥିବାରୁ ମାଜିଷ୍ଟ୍ରେଟ,ଓକିଲମାନେ କୋର୍ଟକୁ ଯିବାପାଇଁ ସେଠାରେ ପହଁଚି ରାଜରାସ୍ତାରେ ଛିଡାହୋଇ ଅପଦସ୍ତ ହେଲେ, ପରବର୍ତି ସମୟରେ ଯେପରି ଏହାର ପୁର୍ନାବୃତି ନ ଘଟେ ସେଥିପ୍ରତି ପ୍ରଶାସନିକ ଅଧିକାରୀ ମାନେ ସଜାଗ ରହୁନ୍ତୁ ବୋଲି ଓକିଲ ମାନେ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.