Home ଓଡ଼ିଶା କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ବିଜେପିର ସମସ୍ତ ସାଂସଦ : ପୁରୀ ଶ୍ରୀଜଗନ୍ନାଥ...

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ବିଜେପିର ସମସ୍ତ ସାଂସଦ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଆଦର୍ଶ ପର୍ଯ୍ୟଟକ ସ୍ଥଳୀର ମାନ୍ୟତା ଦେବାକୁ ଅନୁରୋଧ

184

ଭୁବନେଶ୍ୱର, ୦୯/୦୮ (ଓଡ଼ିଆ ପୁଅ) : ଓଡିଶା କଳା, ସଂସ୍କୃତି ଓ ପର୍ଯ୍ୟଟନର ଭୂମି। ଐତିହ୍ୟ ଓ କାରୁକାର୍ଯ୍ୟରେ ପ୍ରସିଦ୍ଧି ଲାଭ କରିଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ପବିତ୍ର ଶ୍ରୀଜଗନ୍ନାଥ ଧାମ, ପୁରୀ ହେଉଛି ବିଶ୍ୱ ଦରବାରରେ ଓଡିଶାର ପରିଚୟ। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ଅଧ୍ୟାତ୍ମିକ କ୍ଷେତ୍ର ସହ ଭାରତର ପ୍ରମୁଖ ପର୍ଯ୍ୟଟନ ସ୍ଥଳି ଭାବରେ ପରିଗଣିତ ହେଉଛି। କେନ୍ଦ୍ର ସରକାର ଉଭୟ ପୁରୀ ଓ କୋଣାର୍କକୁ ଭାରତର ଆଦର୍ଶ ପର୍ଯ୍ୟଟକ ସ୍ଥଳୀର ମାନ୍ୟତା ଦେବାକୁ ରାଜ୍ୟ ବିଜେପି ସାଂସଦମାନେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପ୍ରହଲାଦ ସିଂ ପଟେଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

ହିନ୍ଦୁମାନଙ୍କ ପବିତ୍ର ଚାରି ଧ୍ୟାମରୁ ପୁରୀ ଜଗନ୍ନାଥ ମନ୍ଦିର ହେଉଛି ଏକ ଧ୍ୟାମ। ଏଠାରେ ପ୍ରତି ବର୍ଷ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ ଗୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ପୁରୀ ଗସ୍ତ କରିଥିଲେ। ମଧ୍ୟକାଳୀନ ଶିଳ୍ପକଳା ଓ କାରୁକାର୍ଯ୍ୟ ପାଇଁ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ୧୩ତମ ଖ୍ରୀଷ୍ଟାଦ୍ଦରେ କଳିଙ୍ଗ ରାଜା ନରସିଂହ ଦେବ ନିର୍ମାଣ କରିଥିଲେ। ନିକଟରେ କେନ୍ଦ୍ର ସରକାର ଦେଶର ୧୭ଟି ଆଦର୍ଶ ପର୍ଯ୍ୟଟନ ସ୍ଥଳୀ ଘୋଷଣା କରିଛନ୍ତି। କିନ୍ତୁ ଓଡିଶାର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଏଥିରେ ସ୍ଥାନ ମିଳିନାହିଁ। ଓଡିଶାରୁ ନିର୍ବାଚିତ ସମସ୍ତ ଲୋକସଭା ଓ ରାଜ୍ୟସଭାର ବିଜେପି ସାଂସଦମାନେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ସମେତ ସାଂସଦ ତଥା ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟସଭା ସାଂସଦ ଅଶ୍ୱିନ ବୈଷ୍ଣବ, ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ, ମୟୁରଭଞ୍ଜ ସାଂସଦ ବିଶେସ୍ୱର ଟୁଡୁ, ବରଗଡ ସାଂସଦ ସୁରେଶ ପୂଜାରୀ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ଭୁବନେଶ୍ୱର ସାଂସଦ ଅପରାଜିତ ଷଢଙ୍ଗୀ ପ୍ରମୁଖ କେନ୍ଦ୍ର ପର୍ଯ୍ୟଟନମନ୍ତ୍ରୀ ଶ୍ରୀପଟେଲଙ୍କୁ ଭେଟି ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ଭାରତର ଆଦର୍ଶ ପର୍ଯ୍ୟଟକ ସ୍ଥଳୀର ମାନ୍ୟତା ଦେବାକୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.