Home Top News ଦର ବୃଦ୍ଧି ପ୍ରସଙ୍ଗ ଉଠାଇ ନିଜ ଦଳକୁ ଅଡୁଆରେ ପକାଇଦେଲେ ବିଜେପି ସଭାପତି: ବିଜେଡି

ଦର ବୃଦ୍ଧି ପ୍ରସଙ୍ଗ ଉଠାଇ ନିଜ ଦଳକୁ ଅଡୁଆରେ ପକାଇଦେଲେ ବିଜେପି ସଭାପତି: ବିଜେଡି

90

ଭୁବନେଶ୍ୱର ୧୩ ଜୁଲାଇ (ଓଡ଼ିଆ ପୁଅ) ସାମ୍ବାଦିକ ସମ୍ମିଳନୀରେ ବିଦ୍ୟୁତ୍‍ ଦରବୃଦ୍ଧି ପ୍ରସଙ୍ଗ ଉଠାଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ଦୁର୍ଭାଗ୍ୟବଶତଃ ନିଜ ଦଳକୁ ଅଡୁଆରେ ପକାଇ ଦେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ସମେତ ସାଧାରଣ ଖାଉଟି ସାମଗ୍ରୀର ଆକାଶଛୁଆଁ ବୃଦ୍ଧି ହେତୁ ସାଧାରଣ ଲୋକେ ତାଙ୍କ ଦଳ ଉପରେ ଏବେ ରକ୍ତଚାଉଳ ଚୋବାଉଥିବା ସେ ଭୁଲିଯାଇଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।

ରାଜ୍ୟ ବିଜେପି ସଭାପତିଙ୍କୁ ଜବାବ ଦେଇ ବିଜେଡି ମୁଖପାତ୍ର କହିଛନ୍ତି ଯେ ଭଲ ହୋଇଥାନ୍ତା ଯଦି ଦରଦାମ ବୃଦ୍ଧି ଏବଂ ଇନ୍ଧନ ମୂଲ୍ୟ ବୃଦ୍ଧିରେ ନିୟନ୍ତ୍ରଣ କରିବାରେ ନିଜ ଦଳର ବିଫଳତା ପାଇଁ ଶ୍ରୀ ମହାନ୍ତି ଦୁଃଖ ପ୍ରକାଶ କରିଥାନ୍ତେ।

ଚଳିତ ବର୍ଷ ଏପ୍ରିଲ ମାସରେ ବିଜେପି ଶାସିତ ରାଜ୍ୟମାନେ କିପରି ବିଦ୍ୟୁତ୍‍ ଶୁଳ୍କ ବୃଦ୍ଧି କରିଛନ୍ତି ତାହା ବିଜେଡି ଗଣମାଧ୍ୟମରେ ପ୍ରକାଶ କରିଥିଲା। ବିଜେପି ଶାସିତ ରାଜ୍ୟ ବିହାର ୨୬ ମାର୍ଚ୍ଚ ୨୦୨୧ରେ ବିଦ୍ୟୁତ୍‍ ପ୍ରତି ୟୁନିଟ୍‍ ପିଛା ୩୫ ପଇସା ବୃଦ୍ଧି କରିଛି। ଅନ୍ୟତମ ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ ଗତବର୍ଷ ୟୁନିଟ୍ ପିଛା ୬୪ ପଇସା ବୃଦ୍ଧି କରିଛି। ଅନ୍ୟ ଏକ ବିଜେପି ଶାସିତ ରାଜ୍ୟ ମଧ୍ୟପ୍ରଦେଶ ଗତବର୍ଷ ବିଦ୍ୟୁତ୍‍ ଦର ଯଥେଷ୍ଟ ବୃଦ୍ଧି କରିଥିଲା। ବିଜେପି ଶାସିତ ରାଜ୍ୟ କର୍ଣ୍ଣାଟକ ଗତବର୍ଷ ନଭେମ୍ବର ୧ ତାରିଖ ଠାରୁ ୟୁନିଟ୍ ପିଛା ବିଦ୍ୟୁତ୍‍ ଦର ପ୍ରାୟ ୪୦ ପଇସା ବୃଦ୍ଧି କରିଛି। ସତ କହିବା ପରିବର୍ତ୍ତେ ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରେ ବିଜେପି ଶସ୍ତା ରାଜନୀତି କରୁଥିବା ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି।

ଓଡିଶାର ଲୋକମାନେ ଏବେ ବିଜେପିର ଏଭଳି କୁମ୍ଭୀର କାନ୍ଦଣାରେ ଅଭ୍ୟସ୍ତ ହେବା ସହିତ ସେମାନଙ୍କ କଥାକୁ ଆଉ ଗୁରୁତ୍ୱର ସହ ନେଉନାହାନ୍ତି। ଗଣମାଧ୍ୟମ ଜରିଆରେ ଶ୍ରୀ ସମୀର ମହାନ୍ତି ତାଙ୍କ ଦଳର ହତାଶ କର୍ମୀମାନଙ୍କୁ ଉତ୍ସାହିତ କରିବାକୁ ଏବଂ ତାଙ୍କ ଦଳକୁ ରାଜନୈତିକ ଦୃଷ୍ଟିରୁ ପ୍ରାସଙ୍ଗିକ ରଖିବାକୁ ଚେଷ୍ଟା କରୁଛନ୍ତି। ଓଡିଶାର ଲୋକମାନେ ମଧ୍ୟ ଏହା ଭଲଭାବେ ଜାଣିଗଲେଣି ବୋଲି ବିଜେଡି ମୁଖପାତ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.