Home କେନ୍ଦ୍ରାପଡ଼ା କେନ୍ଦ୍ରାପଡା ଜିଲ୍ଲାରେ ସ୍ୱଚ୍ଛତା ରଥ ପରିକ୍ରମା

କେନ୍ଦ୍ରାପଡା ଜିଲ୍ଲାରେ ସ୍ୱଚ୍ଛତା ରଥ ପରିକ୍ରମା

21

କେନ୍ଦ୍ରାପଡ଼ା ୩୦ ସେପ୍ଟେମ୍ବର (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ଜଳ ଓ ପରିମଳ ବିଭାଗ ପକ୍ଷରୁ ସ୍ୱଚ୍ଛଭାରତ ମିଶନରେ “ଆଜାଦି କା ଅମୃତ ମହୋତ୍ସବ” ପାଳନ ପରିପ୍ରେକ୍ଷୀରେ ସ୍ୱଚ୍ଛତା ରଥ ଅଭିଯାନ ଜିଲ୍ଲା କାର୍ଯ୍ୟାଳୟରୁ ବୁଧବାର ଶୁଭାରମ୍ଭ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୭୫ତମ ସ୍ୱାଧିନତା ଦିବସ ପାଳନ ଅବସରରେ ଜିଲ୍ଲାର ସମସ୍ତ ୯ଟି ବ୍ଲକରେ ସତ୍ୟାଗ୍ରହରୁ ସ୍ୱଚ୍ଛାଗ୍ରହ ରଥଯାତ୍ରା ପାଳନ କରାଯାଉଛି। ଏହି ସ୍ୱଚ୍ଛତା ରଥ ପରିକ୍ରମା କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଦୁର୍ଗାପ୍ରସାଦ ମହାରଣା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡା, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ) ମନ୍ଦର ଧର ମାହାଳିକ ପ୍ରମୁଖ ଉଦଘାଟନ କରିଥିଲେ। ପରିମଳ ବିଭାଗର ପରାମର୍ଶ ଦାତା ଇତିଶ୍ରୀ ରାଉତ ଓ ରାଜୀବ ଲୋଚନ ବାଗ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଲୋକମାନଙ୍କୁ କାର୍ଯ୍ୟକ୍ରମ ସଂପର୍କରେ ବୁଝାଇଥିଲେ। ଜିଲ୍ଲା ଜଳ ଓ ପରିମଳ ମିଶନ ପକ୍ଷରୁ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ସ୍ୱଚ୍ଛ ପରିବେଶ, ପ୍ରତିଘରେ ପାଇଖାନା ନିର୍ମାଣ ଓ ତାହାର ବ୍ୟବହାର କରିବା ସହିତ କଠିନ ଓ ତରଳ ବର୍ଜ୍ୟବସ୍ତୁର ସଠିକ ପରିଚାଳନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ରଥର ଉଦେଶ୍ୟ। ଏହା ବ୍ୟତୀତ ଘରର ଅଳିଆ ଏଣେତେଣେ ନପକାଇବା, ହ୍ୟାଣ୍ଡପମ୍ପ, ନଳକୂପ ଓ ଷ୍ଟାଣ୍ଡପୋଷ୍ଟ ଆଦି ଜଳଉତ୍ସକୁ ସଠିକ ନିୟନ୍ତ୍ରଣ, ସଫାକରିବା ଓ ବର୍ଜ୍ୟବସ୍ତୁର ସଠିକ ପରିଚାଳନା ସମ୍ପର୍କରେ ମଧ୍ୟ ସଚେତନତା ସୃଷ୍ଟି କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.