Home କେନ୍ଦ୍ରାପଡ଼ା କେନ୍ଦ୍ରାପଡାରେ ଫଟୋଗ୍ରାଫରଙ୍କ କର୍ମଶାଳା

କେନ୍ଦ୍ରାପଡାରେ ଫଟୋଗ୍ରାଫରଙ୍କ କର୍ମଶାଳା

33

କେନ୍ଦ୍ରାପଡ଼ା, ୬ା୧୦ (ଓଡ଼ିଆ ପୁଅ) : କେନ୍ଦ୍ରାପଡାର ଯୁବ ଫଟୋଗ୍ରାଫରମାନଙ୍କ ପକ୍ଷରୁ ବୁଧବାର ଇଛାପୁରସ୍ଥିତ ପାୟଲ ପ୍ୟାଲେସରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସେହି କର୍ମଶାଳାରେ ଯୁବ ଫଟୋଗ୍ରାଫରମାନେ ଯୋଗଦେଇ ଆଜିର ଯୁଗରେ ଫଟୋଗ୍ରାଫିର ଚାହିଦା ଯଥେଷ୍ଟ ବୃଦ୍ଧି ପାଇଥିବା ବେଳେ ବିଭିନ୍ନ ପର୍ବପର୍ବାଣୀ, ବିବାହ, ବ୍ରତମାନଙ୍କରେ ନୂତନ ଶୈଳୀରେ ଫଟୋଗ୍ରାଫି ଓ ଭିଡିଓଗ୍ରାଫି ଏବଂ ନୂତନ ଟେକନୋଲୋଜିକୁ ନେଇ ଡିଜିଟାଲ ପ୍ଲାଟଫର୍ମରେ ପ୍ରତିଯୋଗୀତା ବଢିବାରେ ଲାଗିଥିବା ସମ୍ପର୍କରେ ଆଲୋଚନା ହୋଇଥିଲା। ବର୍ତ୍ତମାନ ନୂତନ ଟେକନୋଲୋଜିରେ ଡି.ଏସ.ଏଲ.ଆର. କ୍ୟାମେରା ବଦଳରେ ମିରର ଲେନ୍ସ କ୍ୟାମେରାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ନୂତନ ଟେକନୋଲୋଜି, ଶୈଳୀ ଓ କ୍ୟାମେରା ପରିଚାଳନା ସମ୍ପର୍କରେ ଯୁବ ଫଟୋଗ୍ରାଫରମାନଙ୍କୁ ଆଗାମୀ ବିବାହ ଋତୁକୁ ଦୃଷ୍ଟିରେ ରଖି ଏହି କର୍ମଶାଳାରେ କଲିକତାର ସୈାମଜିତ ମିତ୍ର, ଓଡିଶାରୁ ଦେବେଶ ମାଝି, ଦେବାଂଶୁ ପଟ୍ଟନାୟକ, ସନ୍ତୋଷ କୁମାର ବେଜ, ସସ୍ମିତା ପ୍ରଧାନ ପ୍ରମୁଖ ତାଲିମ ପ୍ରଦାନ କରାଯାଇଥିଲା। କର୍ମଶାଳାକୁ ଯୁବ ଫଟୋଗ୍ରାଫର ଗତିକୃଷ୍ଣ ସାହୁ, ସାନ୍ତନୁ ମଲ୍ଲିକ, ଦୀପକ ଲେଙ୍କା, ଗୈାତ୍ତମ ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ୨୫ରୁ ଉର୍ଦ୍ଧ୍ୱ ଯୁବ ଫଟୋଗ୍ରାଫରମାନେ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.