Home ଓଡ଼ିଶା କେନ୍ଦୁଝର : ନିର୍ଦ୍ଧାରିତ ସମୟ ଠାରୁ ଅନେକ ଡେରି ପର୍ଯ୍ୟନ୍ତ କୋର୍ଟକୁ ନ ଆସିବାରୁ କୋର୍ଟ...

କେନ୍ଦୁଝର : ନିର୍ଦ୍ଧାରିତ ସମୟ ଠାରୁ ଅନେକ ଡେରି ପର୍ଯ୍ୟନ୍ତ କୋର୍ଟକୁ ନ ଆସିବାରୁ କୋର୍ଟ ବର୍ଜନ କଲେ ଓକିଲ

231

କେନ୍ଦୁଝର, ୪ ଜାନୁୟାରୀ ୨୦୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟକୁ ଆଜି ଶନିବାର ଦିନ ବର୍ଜ୍ଜନ କରିଛନ୍ତି ଓକିଲମାନେ। ନିର୍ଦ୍ଧାରିତ ସମୟ ଠାରୁ ଅନେକ ଡେରି ପର୍ଯ୍ୟ୍ୟନ୍ତ ଜିଲ୍ଲାପାଳ କୋର୍ଟ କୁ ନ ଆସିବାରୁ କେବଳ ରିପ୍ରେଜେନ୍‌ଟସେନ ଦେଇ କୋର୍ଟ ଛାଡି ଚାଲିଗଲେ ଓକିଲ। ଫଳରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଶାରେ ଓପିଡିଆର ଆକ୍ଟ ୧୯୬୨ ଅନୁଯାୟୀ ପରିବେଶ ଓ ବେଆଇନ ଖଣି ଖନନ ମାମଲାର ଜରିମାନା ଦାଖଲ କରିନଥିବା ଖଣି ଲିଜଧାରୀଙ୍କର ଶନିବାର ଦିନ କେଶର ଶୁଣାଣି ଜିଲ୍ଲାପାଳଙ୍କ କୋର୍ଟରେ ଚାଲିଆସୁଥିଲା। ହେଲେ ଆଜି ଶନିବାର ଦିନ ଓକିଲ ଙ୍କର ଜିଲ୍ଲାପାଳଙ୍କ କୋର୍ଟ ଛାଡି ଚାଲିଯିବା ଫଳରେ ଏହି କୋର୍ଟ ରେ ହେବାକୁ ଥିବା ୪ ଟି ଖଣି ଲିଜଧାରୀ ଙ୍କର ଶୁଣାଣିରେ ବାଧା ଉପୁଜିଛି। ଜିଲ୍ଲାପାଳଙ୍କ କୋର୍ଟରେ ୪ ଟି ଖଣି ଲିଜଧାରୀ ଟି.ବି ଲାଲ, ମିନେରାଲ ଟ୍ରେଡିଂ ସିଣ୍ଡିକେଟ, ମେସର୍ସ ଫେକର, ଓ ଏସ୍‌.ଏନ୍‌.ମହାପାତ୍ର ଙ୍କ ସହିତ ହେବାକୁ ଥିବା ଆହୁରି ଅନେକ ମାମାଲାର ଶୁଣାଣି ମଧ୍ୟ ବାଧା ଉପୁଜିଛି। ଅନେକ ସମୟରେ ଜିଲ୍ଲାପାଳଙ୍କର ଅନୁରୁପ ମନମାନୀ କୁନେଇ ଅନେକ ମହଲରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥାଏ। ଏନେଇ ଜିଲ୍ଲପାଳଙ୍କର ମତାମତ ମିଳିପାରି ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.