Home କେନ୍ଦୁଝର ପାଟଣା ବନଖଣ୍ଡ କୁ ଶତାଧିକ ବିଦେଶୀ ପକ୍ଷୀଙ୍କ ଆଗମନ ଖିରେଇଟାଙ୍ଗିରି ବଡ଼ବନ୍ଧରେ ଶତାଧିକ ବିଦେଶୀ ପକ୍ଷୀ...

ପାଟଣା ବନଖଣ୍ଡ କୁ ଶତାଧିକ ବିଦେଶୀ ପକ୍ଷୀଙ୍କ ଆଗମନ ଖିରେଇଟାଙ୍ଗିରି ବଡ଼ବନ୍ଧରେ ଶତାଧିକ ବିଦେଶୀ ପକ୍ଷୀ ପରିବେଶ ବିତଙ୍କ ମନରେ ଅନେକ ଉତ୍ସାହ

470

ପାଟଣା ୦୫-୦୧ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ପାଟଣା ବନଖଣ୍ଡ ଅଧିନ ଖିରେଇଟାଙ୍ଗିରି ଗ୍ରାମର ବଡ଼ବନ୍ଧ ଠାରେ ଶତାଧିକ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି ଫଳରେ ପରିବେଶବିତ ଙ୍କ ମନରେ ଅନେକ ଉତ୍ସାହ ଦେଖିବା କୁ ମିଳିଛି। ଏଥି ସହିତ ପକ୍ଷୀମାନଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି ଶୀତୁଆ ପାଗ ସାଙ୍ଗକୁ ପକ୍ଷୀଙ୍କ କିଚିରି ମିଚିରି ଶବ୍ଦ ପରିବେଶବିତ ଙ୍କୁ ବେଶ ଆକୃଷ୍ଟ କରିଛି। ଗତକାଲି ଠାରୁ ପକ୍ଷୀ ଗଣନା କାର୍ଯ୍ୟ ଚାଲିଥିବା ବେଳେ ପାଟଣା ବନଖଣ୍ଡ ଅଧିକାରୀ ପବିତ୍ର ମୋହନ ନାଏକ ସୂଚନା ଅନୁସାରେ ୨୭୦ ଟି ବିଦେଶୀ ପକ୍ଷୀ ଆସିଛନ୍ତି। ଖିରେଇଟାଙ୍ଗିରି ବନପାଳ ଅମୂଲ୍ୟ ସେନାପତି, ଅକ୍ଷୟ ମହାନ୍ତି ଏବଂ ପାରାଷ୍ଟାଫ ପକ୍ଷୀ ଗଣନା ରେ ନିୟୋଜିତ ଅଛନ୍ତି। ବିଦେଶୀ ପକ୍ଷୀ ଙ୍କ ଆଗମନ ପାଇଁ ପାଟଣା ରେଞ୍ଜ ପକ୍ଷରୁ ପକ୍ଷୀ ମାନଙ୍କ ସୁରକ୍ଷା ପାଇଁ ବିଶେଷ ପଦକ୍ଷେପ ନିଆ ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.