Home ଓଡ଼ିଶା କୃଷି ମନ୍ତ୍ରୀଙ୍କ ଚିପିଲିମା ମତ୍ସ୍ୟ ଜାଆଁଳା ଉତ୍ପାଦନ କେନ୍ଦ୍ର ଗସ୍ତ, ଉନ୍ନୟନ କାର୍ଯ୍ୟର ସମୀକ୍ଷା, ବିଧାୟକଙ୍କୁ...

କୃଷି ମନ୍ତ୍ରୀଙ୍କ ଚିପିଲିମା ମତ୍ସ୍ୟ ଜାଆଁଳା ଉତ୍ପାଦନ କେନ୍ଦ୍ର ଗସ୍ତ, ଉନ୍ନୟନ କାର୍ଯ୍ୟର ସମୀକ୍ଷା, ବିଧାୟକଙ୍କୁ ଡକାନ ଯିବାରୁ ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ

120

ସମ୍ବଲପୁର, ୧୬ /୦୭(ଓଡ଼ିଆ ପୁଅ/ସରୋଜ ସାହୁ): ରାଜ୍ୟ କୃଷି, ମତ୍ସ ଓ ପ୍ରାଣୀ ସମ୍ପଦ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଶୁକ୍ରବାର ଚିପିଲିମା ସ୍ଥିତ ମତ୍ସ ଜାଆଁଳ ଉତ୍ପାଦନ କେନ୍ଦ୍ର ର ପରିଦର୍ଶନ କରି ପ୍ରାୟ ୮କୋଟି ଟଙ୍କା ବ୍ୟୟ ଅଟକଳ ମଧ୍ୟରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି ଫେରିଛନ୍ତି। ମନ୍ତ୍ରୀ ଶ୍ରୀ ସାହୁ ଚିପିଲିମା ପହଞ୍ଚି ଗାଡିରୁ ଓଳ୍ହାଇବା ସମୟର ଗୋଶାଳା ବିଜପି ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ମନ୍ତ୍ରୀଙ୍କୁ ଉପଢୌକନ ଦେଇ ସ୍ବାଗତ କରିଥିବାବେଳେ, ସ୍ଥାନୀୟ ବିଧାୟକ ନାଉରୀ ନାୟକଙ୍କୁ ଆଜିର କାର୍ଯ୍ୟକ୍ରମରେ ନ ଡାକିବା ଘଟଣାକୁ ନେଇ ବିଜେପି କର୍ମୀମାନେ କ୍ଷୋଭ ପ୍ରକାଶ କରିଥିଲେ। ପରେ ପରେ, ବିଜେପି କୃଷକ ମୋର୍ଚ୍ଚା ଜିଲା ସଭାପତି ସମୀର ରଞ୍ଜନ ବାବୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ, ବିଭାଗୀୟ ଅଧିକାରୀଙ୍କ ବିନା ଅନୁମତିରେ ବେଆଇନ ଭାବରେ ପାଓ୍ବାର ଚ୍ୟାନାଲ ଆଡି କୁ କାଟି ପାଣି ନେବା ଘଟଣା ଆଗାମୀ ଦିନରେ ଏହି ଅଞ୍ଚଳ ପାଇଁ ବଡ ବିପଦ ସାଜିପାରେ ବୋଲି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ମନ୍ତ୍ରୀ ଶ୍ରୀ ସାହୁ ଜ଼ିଲ୍ଲାପାଳ ଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ କହି ଆଶ୍ବାସନା ଦେଇଥିଲେ। ଏହା ପରେ ନିର୍ମାଣାଧିନ ଫାର୍ମ ପୋଖରୀ ର ସମୀକ୍ଷା କରି ପୂର୍ବରୁ ୨୦ କୋଟି ମତ୍ସ୍ୟ ଜାଆଁଳ ଉତ୍ପାଦନ ହେଉଥିଲା କିନ୍ତୁ ଏବେ ପୋଖରୀ ଉନ୍ନୟନ କାର୍ଯ୍ୟ ପରେ ୫୦ କୋଟି ଗୁଣ୍ଡ ମତ୍ସ୍ୟ ଜାଆଁଳ ଉତ୍ପାଦନ ହୋଇପାରିବ ଏବଂ ଚାଷୀ ଉପକୃତ ହୋଇପାରିବେ ବୋଲି କହିଥିଲେ। ମନ୍ତ୍ରୀ ଅରୁଣ ସାହୁ ଙ୍କ ପରିଦର୍ଶନ ସମୟରେ ବିଭାଗୀୟ କମିଶନର ଆର.ରଘୁ ପ୍ରସାଦ, ନିର୍ଦ୍ଧେଶକ ସ୍ମୃତିରଞ୍ଜନ ପ୍ରଧାନ, ଡେପୁଟି ଡାଇରେକ୍ଟର ବ୍ରଜ ପ୍ରସାଦ ଦ୍ବିବେଦୀ, ଡିଏଫଓ ସୁରେନ୍ଦ୍ର କାଲୋ, ଚିପିଲିମା ପରିଚାଳକ ଫଗୁଲାଲ ମହାନନ୍ଦ, ପ୍ରମୁଖ ଉପସ୍ଥିତ ଥିଲେ। ଏହା ପରେ ମନ୍ତ୍ରୀ ଗୋଶାଳା ସ୍ଥିତ ରାଜ୍ୟ ପ୍ରାଣୀ ଓ ପ୍ରଜନନ (ଏସଏଲବି) ଫାର୍ମ ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟ କରାଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଆଶ୍ବାସନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.