Home ଜିଲ୍ଲା ପରିକ୍ରମା ଭଦ୍ରକ : ପୂର୍ବ ଶତ୍ରୁତାରୁ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଭୁଜାଲିରେ ହାଣିଲେ ଦୃବୁର୍ତ୍ତ, ମୁଖ୍ୟ ଅଭିଯୁକ୍ତ ସହ...

ଭଦ୍ରକ : ପୂର୍ବ ଶତ୍ରୁତାରୁ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଭୁଜାଲିରେ ହାଣିଲେ ଦୃବୁର୍ତ୍ତ, ମୁଖ୍ୟ ଅଭିଯୁକ୍ତ ସହ ୮ ଗିରଫ

42

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରାଞ୍ଚଳ ଥାନା ଅଂଚଳରେ ପୂର୍ବ ଶତ୍ରୁତାକୁ ନେଇ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ତଥା ସମାଜସେବୀ ଲକ୍ଷ୍ମଣ ମିଶ୍ରଙ୍କୁ ସ୍ଥାନୀୟ ଅଂଚଳର କେତେକ ଦୃବୁର୍ତ୍ତ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି । ଶ୍ରୀ ମିଶ୍ର ଗତକାଲି ରାତିରେ ନିଜ ଘର ସମ୍ମୁଖ ଫାଟକ ନିକଟରେ ଛିଡା ହୋଇଥିବାବେଳେ ସେହି ଅଂଚଳର କିଛି ଅସାମାଜିକ ତତ୍ତ୍ୱ ଭୁଜାଲିରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଶ୍ରୀ ମିଶ୍ରଙ୍କର ଦୁଇଗୋଡ ଓ ହାତ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏହି ଆକ୍ରମଣରେ ତାଙ୍କ ଝିଅ ମଧ୍ୟ ବାଦ୍ ପଡିନଥିଲା । ତେବେ ଏହି ଖବର ପାଇ ସ୍ଥାନୀୟ ଲୋକେ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ମଧ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରର ଆର୍ମି ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ତାଙ୍କର ଅପରେସନ ପରେ ସଂକଟାପନ୍ନ ଭାବେ ଆଇସିୟୁ ରେ ଚିକିତ୍ସାଧୀନ ଥିବାବେଳେ ହତ୍ୟା ଉଦ୍ୟମ ମାମଲା ରୁଜୁ ପରେ ସହରାଞ୍ଚଳ ଥାନା ପୁଲିସ୍ ଉକ୍ତ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୮ ଜଣଙ୍କୁ ଗିରଫ କରିଥିବାର ଜଣାପଡିଛି । ତେବେ ଏହି ଘଟଣାକୁ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ ଓ ପୂର୍ବତନ କାଉନ୍‌ସିଲର ପ୍ରଣୟ ଦାସ ଘୋର ନିନ୍ଦା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.