Home ଓଡ଼ିଶା ଓଲଟିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ, ଡ୍ରାଇଭର ଆହତ

ଓଲଟିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ, ଡ୍ରାଇଭର ଆହତ

75

ମାହାଙ୍ଗା, ୧୬/୦୭ (ଓଡିଆ ପୁଅ/ଅଭୟ ଜେନା) ମାହାଙ୍ଗା ବ୍ଲକ ଭଉଁରିଆ ପଞ୍ଚାୟତ ରେ ରହିଥିବା ଲାବଣ୍ୟ ଗ୍ୟାସ ଏଜେନ୍ସିକୁ ଗୋଟିଏ ଟ୍ରକ ଯୋଗେ ଖୋର୍ଦ୍ଧା ଅଂଚଳରୁ ସିଲିଣ୍ଡର ଭର୍ତ୍ତି ଏଚପି ଗ୍ୟାସ ଆସୁଥିବା ବେଳେ ଟ୍ରକଟି ବାଂଛାବଟ ଠାକୁରାଣୀପୀଠ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ ବିଲ କୁ ଓଲଟି ପଡିଛି।

ଗ୍ରାମାଞ୍ଚଳରେ ଏଭଳି ଅଣଚଉଡା଼ ରାସ୍ତାରେ ଭାରୀଯାନ ଚଳାଚଳ କରୁଥିବାରୁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ତେବେ ଆଜିର ଦୁର୍ଘଟଣାରେ ଗାଡିଚାଳକ ଅଳ୍ପକେ ରକ୍ଷା ପାଇଯାଇଥିବା ଦେଖିବାକୁ ମିଳିଛି। ଡ୍ରାଇଭରର ଅଣ୍ଟା ଜଖମ ହୋଇଯାଇଛି ବୋଲି ଜଣାପଡିଛି। ସ୍ଥାନୀୟ ଲୋକେ ଗାଡି ଡ୍ରାଇଭରକୁ ଉଦ୍ଧାର କରିଛନ୍ତି।

ଗ୍ୟାସ ସିଲିଣ୍ଡର ଭର୍ତ୍ତି ଏହି ଗାଡ଼ିଟିର ଫିଟନେସ ଓ ଆବଶ୍ୟକୀୟ କାଗଜପତ୍ରରେ ବହୁ ଚଂଚକତା କରାଯିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେବେ ପୋଲିସ ପ୍ରଶାସନ ପକ୍ଷରୁ ଘଟଣାର ସଠିକ ତଦନ୍ତ ହେଲେ ବହୁ ବେଆଇନି କାରବାରର ପର୍ଦ୍ଦାଫାଶ ହୋଇପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.