Home Top News ସୁବ୍ରତ ସାହୁଙ୍କୁ ଛତିଶଗଡର ମୁଖ୍ୟ ଶାସନ ସଚ୍ଚିବ ଅତିରିକ୍ତ ଦାୟିତ୍ୱ ପ୍ରଦାନ

ସୁବ୍ରତ ସାହୁଙ୍କୁ ଛତିଶଗଡର ମୁଖ୍ୟ ଶାସନ ସଚ୍ଚିବ ଅତିରିକ୍ତ ଦାୟିତ୍ୱ ପ୍ରଦାନ

45

ରାୟପୁର ୧୧.୦୧ (ଓଡ଼ିଆ ପୁଅ) : ୧୯୯୨ ମସିହା ବ୍ୟାଚ ର ଆଇ.ଏ.ଏସ. ଅଧିକାରୀ ସୁବ୍ରତ ସାହୁ ଅତିରିକ୍ତ ଭାବେ ଛତିଶଗଡ ରାଜ୍ୟର ମୁଖ୍ୟ ଶାସନ ସଚ୍ଚିବ ପଦର ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି। ମୁଖ୍ୟ ଶାସନ ସଚ୍ଚିବ ଅମିତାଭ ଜୈନ ସ୍ୱାସ୍ଥ୍ୟ ଗତ କାରଣରୁ ଛୁଟି ରେ ଯାଇଥିବା ହେତୁ ତାଙ୍କ ସ୍ଥାନରେ ଶ୍ରୀ ସାହୁଙ୍କୁ ନିଯୁକ୍ତ କରାଯାଇଥିବାର ସରକାରୀ ବିଜ୍ଞପ୍ତି ନାମା ସାଧାରଣ ପ୍ରଶାସନ ବିଭାଗରୁ ପ୍ରକାଶ ପାଇଛି।

ଶ୍ରୀ ସାହୁ ଏବେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ କାର୍ଯ୍ୟାଳୟର ଦାୟିତ୍ୱ ସହିତ ଅତିରିକ୍ତ ମୁଖ୍ୟ ଶାସନ ସଚ୍ଚିବ ତଥା ଗୃହ ଓ ଜେଲପ୍ରଶାସନ, ଶକ୍ତି, ଇଲେକ୍ଟ୍ରୋନିକ୍ସ, ଆଇ.ଟି, ବାଣିଜ୍ୟ ଏବଂ ଶିଳ୍ପ ଆଦି ବିଭାଗର ପ୍ରମୁଖ ସଚ୍ଚିବ ଦାୟିତ୍ୱ ତୁଲାଉଛନ୍ତି। ଏହା ପୂର୍ବରୁ ସେ ଛତିଶଗଡ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ ଦକ୍ଷତା ଓ ସ୍ୱଚ୍ଛତାର ସହିତ ନିର୍ବାଚନ ପରିଚାଳନା କରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି।

ନିଜର ଅନନ୍ୟ ପାରଦର୍ଶିତା ଓ ଉଚ୍ଚକୋଟୀର କାର୍ଯ୍ୟକୁଶଳତା ପାଇଁ ଶ୍ରୀ ସାହୁ ପ୍ରଶାସନିକ ମହଲରେ ବେଶ ସୁନାମ ଅର୍ଜନ କରିଛନ୍ତି। ସେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚ୍ଚିବ ସହଦେବ ସାହୁଙ୍କର ସୁପୁତ୍ର ଅଟନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.