Home ଆନ୍ତର୍ଜାତୀୟ କୁନି ପିଲା ହାତରେ ପତାକା

କୁନି ପିଲା ହାତରେ ପତାକା

486

ପୁନେ,୧୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):ମହାରାଷ୍ଟ୍ରରପୁନେର ଜଣେ ୯ ବର୍ଷିୟ ବାଳକ ବିଶ୍ୱର ଅନ୍ୟତମ ଉଚ୍ଚ ଶୃଙ୍ଗ ତାଞ୍ଜାନିଆ ସ୍ଥିତ ମାଉଣ୍ଟ କିଲିମଞ୍ଜାରୋ ରେ ଭାରତର ଜାତୀୟ ପତାକା ଉଡ଼ାଇଥିବା ଜଣାଯାଇଛି । ଏହି ବାଳକଙ୍କର ନାମ ଅଦ୍ୱୈତ ଭାରତୀୟ । ୭୩ତମ ସ୍ୱାଧୀନତା ଦିବସରେ ଏହି କାମ କରି  ସେ ତାଙ୍କ ନାମ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ ବୋଲି କୁହାଯାଉଛି । ଏହା ପୂର୍ବରୁ ଅଦ୍ୱୈତ ୬ ବର୍ଷ ବୟସରେ ୨୦୧୬ରେ ଏଭରେଷ୍ଟ ଶୃଙ୍ଗକୁ ସଫଳତାର ସହିତ ଚଢ଼ିଥିଲେ ।

ତାଞ୍ଜାନିଆସ୍ଥିତ କିଲିମଞ୍ଜାରୋ ପର୍ବତ ସମୁଦ୍ର ପତନଠାରୁ ୧୯,୩୪୧ ଫୁଟରେ ଅବସ୍ଥିତ ଏବଂ ଏହା ଆଫ୍ରିକାର ସର୍ବୋଚ୍ଚ ପର୍ବତ । ତାଙ୍କୁ ଗେହ୍ଲାରେ ସୁବୁମ ଟୋଟୋ (ସିମ୍ବା) ବୋଲି ସମସ୍ତେ ଡାକନ୍ତି। ଅଦ୍ୱୈତ ଗତ ଜୁଲାଇ ୩୧ରେ ଅଭିଯାନ ଆରମ୍ଭ କରିଥିଲେ । ପୁନେ ନିବାସୀ ଅଦ୍ୱୈତ ଶୃଙ୍ଗକୁ ସଫଳତାର ସହିତ ଚଢ଼ିଛ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.