Home ଓଡ଼ିଶା ଖୋଲିଲା ହୀରାକୁଦର ୨ଟି ଗେଟ

ଖୋଲିଲା ହୀରାକୁଦର ୨ଟି ଗେଟ

303

ସମ୍ବଲପୁର,୧୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ପ୍ରଥମେ ଦୁଇଟି ଗେଟ୍‌ ଖୋଲାଯାଇଛି । ପର୍ଯ୍ୟାୟ କ୍ରମେ ଆଜି ୧୬ଟି ଗେଟ୍‌ ଖୋଲାଯିବ। ଗତକାଲି ହୀରାକୁଦର ପ୍ରଥମ ଗେଟ୍‌ ଖୋଲିଥିଲା । ତିନି ଘଣ୍ଟା ପରେ ଖୋଲାଯାଇଥିବା ୭ ନମ୍ବର ଗେଟ୍‌କୁ ବନ୍ଦ କରାଯାଇଥିଲା । ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ବନ୍ୟା ଜଳ ଭରି ରହିଥିବାରୁ ଗେଟକୁ ବନ୍ଦ କରି ଦିଆଯାଇଥିଲା ।

ବର୍ତ୍ତମାନ ହୀରାକୁଦର ଜଳସ୍ତର ରହିଛି ୬୨୧.୬୭ ଫୁଟ । ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ପ୍ରବେଶ କରୁଛି ୨ ଲକ୍ଷ ୫୮ ହଜାର ୩୧୮ କ୍ୟୁସେକ୍‌ ପାଣି । ନିଷ୍କାସିତ ହେଉଛି ୧୫ ହଜାର ୨୯୪ କ୍ୟୁସେକ୍‌ ଜଳ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.