Home ଓଡ଼ିଶା IAS ସ୍ତରରେ ହେଲା ଅଦଳବଦଳ

IAS ସ୍ତରରେ ହେଲା ଅଦଳବଦଳ

692

ଭୁବନେଶ୍ଵର,୧୫/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ। ଜଙ୍ଗଲ ଓ ପରବେଶ ସଚିବ ସୁରେଶ ମହାପାତ୍ର ହେଲେ ଉନ୍ନୟନ କମିଶନର। ଏହାସହ ସେ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ। ବଦଳିଲା ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଦାୟିତ୍ୱ। ତାଙ୍କୁ କୃଷି ଉତ୍ପାଦନ କମିଶନର ଭାବରେ ବଦଳି କରାଯାଇଛି। କ୍ରିଷନ୍‌ କୁମାର ହୋଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ସେହପରି ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଆର୍‌.ବାଲକ୍ରିଷ୍ଣନ ହୋଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ସ୍ପେଶାଲ୍‌ ଇନସିଏଟିଭ୍‌ର ମୁଖ୍ୟ ଉପଦେଷ୍ଟା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.