Home ଜଗତସିଂହପୁର କାହା ସ୍ୱାର୍ଥରେ ଉପସ୍ୱାସ୍ଥ୍ୟକେନ୍ଦ୍ର ଚାଲିଛି ନିର୍ମାଣ

କାହା ସ୍ୱାର୍ଥରେ ଉପସ୍ୱାସ୍ଥ୍ୟକେନ୍ଦ୍ର ଚାଲିଛି ନିର୍ମାଣ

105

ତିର୍ତ୍ତୋଲ ୧୭/୫ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତ ଭଁସର ଠାରେ ଦୁଇ ତିନି ବର୍ଷହେବ ଏକ ଉପସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଏବେ ସୁଧା କାର୍ଯ୍ୟକ୍ଷମ ନହୋଇ ଭୂତକୋଠିରେ ପାଲଠିଛି। ସନ୍ଧ୍ୟାହେଲେ ଏଠି ମଦ୍ୟପ ଓ ନିଶାଡ଼ିମାନଙ୍କର ଆଡ୍ଡା ଜମୁଥିବା ଗ୍ରାମବାସୀ କହୁଛନ୍ତି। ଏବେ ପୁଣି ଏହି ଠାରେ ଏକ ନୂତନ ଗୃହ ନିର୍ମାଣ ଚାଲିଛି ତାହା କାହା ସ୍ୱାର୍ଥରେ ବୋଲି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଏଭଳି କାର୍ଯ୍ୟକରାଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। କନିମୂଳ ଓ କୃଷ୍ଣାନନ୍ଦପୁର ପଞ୍ଚାୟତରେ ଥିବା ପ୍ରାଥମିକ ସ୍ୱାସ୍ଥକେନ୍ଦ୍ରରେ ଡ଼ାକ୍ତର ନଥିବାବେଳେ ଏଠି ଉପସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ଏଲକ ପ୍ରହସନରେ ପାଲଟିଛି। କୃଷ୍ଣାନନ୍ଦପୁର ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ପଞ୍ଚାୟତର ଶହସ୍ରାଧିକ ଜନସାଧାରଣ ନିର୍ଭର କରୁଥିବାବେଳେ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ହେବ ସ୍ଥାୟୀ ଡ଼ାକ୍ତର ନଥିବା କାରଣରୁ ପଞ୍ଚାୟତବାସୀ ସମେତ ଆଖପାଖ ଜନସାଧାରଣ ହଇରାଣ ହରକତ ହେଉଛନ୍ତି। ଅପରପକ୍ଷରେ ଏହି ପଞ୍ଚାୟତରେ ୧୨ ରୁ ଉର୍ଦ୍ଧ ମେଡ଼ିସିନ୍ ଦୋକାନ ଓ ୫ ରୁ ଉର୍ଦ୍ଧ ପାଥୋଲାବ ଖୋଳାଯାଇଥିବା ଦେଖିବାକୁ ମିଳିଛି। ପ୍ରତ୍ୟେକ ମେଡ଼ିସିନ ଦୋକାନରେ ସରକାରୀ ଡ଼ାକ୍ତରମାନେ ବାର ଅନୁସାରେ ଆସି ରୋଗୀମାନଙ୍କୁ ଦେଖୁଥିବା ଜଣାପଡ଼ିଛି। ଏହି ଡ଼ାକ୍ତରମାନେ ରୋଗି ଦେଖିବା ପାଇଁ ଫିସ୍ ୨ ଶହରୁ ଉର୍ଦ୍ଧ ଟଙ୍କା ନେଉଥିବା ଅଭିଯୋଗ ହେଉଛି। ଗ୍ରାମାଞ୍ଚଳରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରକୁ ସାଧାରଣତଃ ଗରିବଲୋକଟିଏ ଥଣ୍ଡା, ଜ୍ୱର, ମୁଣ୍ଡବିନ୍ଧା ପାଇଁ ଆସିଥାଏ। କୃଷ୍ଣାନନ୍ଦପୁର ଠାରେ ଥିବା ମେଡ଼ିସିନି ଦୋକାନକୁ ଆସୁଥିବା ଡ଼ାକ୍ତରମାନେ ଏହି ଗରୀବ ରୋଗୀମାନଙ୍କୁ ଶୋଷଣ କରୁଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.