Home ଓଡ଼ିଶା ପ୍ରେସ୍ କ୍ଲବ୍ ତରଫରୁ ୧୬ ନଂ ଜାତୀୟ ରାଜପଥରେ ପ୍ରବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ପ୍ରେସ୍ କ୍ଲବ୍ ତରଫରୁ ୧୬ ନଂ ଜାତୀୟ ରାଜପଥରେ ପ୍ରବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

75

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୭/୦୫-ଲକ୍‌ଡାଉନ୍ ଯୋଗୁଁ ପ୍ରବାସୀମାନେ ଯାତାୟତ ସମୟରେ ଖାଦ୍ୟ ପାଇଁ ଅନେକ ଅସୁବିଧା ଭୋଗ କରୁଛନ୍ତି । ବିଶେଷତଃ ଜାତୀୟ ରାଜପଥରେ ଟ୍ରକ୍ ଉପରେ ଓ ଖୋଲା ଗାଡିରେ ଯାଉଥିବା ପ୍ରବାସୀମାନେ ନାହିଁ ନଥିଲା ଅସୁବିଧା ଭୋଗ କରୁଛନ୍ତି । ତାକୁ ଲକ୍ଷରଖି ଟାଙ୍ଗୀ ପ୍ରେସ୍ କ୍ଲବ୍ ତରଫରୁ ପଦ୍ମନାଭ ବିଶ୍ୱାଳ(ମାଲ ଭାଇ)ଙ୍କ ନେତୃତ୍ୱରେ ଏହି ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ତେଣୁ ମେ ମାସ ୧୭ ତାରିଖ ଦିନ ଟ୍ରକ୍ ଖୋଲା ଗାଡିରେ ଯାଉଥିବା ପ୍ରବାସୀ ମାନଙ୍କୁ କନ୍ଧ ନୟାଗଡ, ଚାନ୍ଦପୁର, ଚମ୍ପାଗଡ, ଏପରିକି କୁହୁଡି ଛକ ପର୍ଯ୍ୟନ୍ତ ୨୦୦ ଖାଦ୍ୟ ପୁଡିଆ ବଣ୍ଟନ କରାଯାଇଥିବା ଜଣା ପଡିଛି । ଏହି କାର୍ଯ୍ୟ କିଛୀ ଦିନ ଧରି ଚାଲିବ ବୋଲି ସୁଚନା ମିଳିଛି । ଟାଙ୍ଗୀ ପ୍ରେସ୍ କ୍ଲବ୍ ର ସରୋଜ ପାଇକରାୟ, ଅନନ୍ତ ପ୍ରଧାନ, ସନ୍ଦିପନୀ ମିଶ୍ର, ଓ ସମାଜସେବୀ ସରୋଜ ମହାନ୍ତି ସହଯୋଗ କରିଥିବା ଜଣା ପଡିଛି । ପ୍ରେସ୍ କ୍ଲବ୍ ତରଫରୁ ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଜନ ସାଧାରଣ ସ୍ୱାଗତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.