Home ଓଡ଼ିଶା କାଶ୍ମୀର ଗସ୍ତରେ ବାମପନ୍ଥୀ ନେତା ସୀତରାମ ୟେଚୁରୀ

କାଶ୍ମୀର ଗସ୍ତରେ ବାମପନ୍ଥୀ ନେତା ସୀତରାମ ୟେଚୁରୀ

485

ଜମ୍ମୁ କାଶ୍ମୀର,୨୯/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): କାଶ୍ମୀର ଗସ୍ତରେ ବାମପନ୍ଥୀ ନେତା ସୀତରାମ ୟେଚୁରୀ । ଧାରା ୩୭୦ ଉଚ୍ଛେଦ ପରେ କୌଣସି ବିରୋଧୀ ନେତା ଭାବେ ୟେଚୁରୀ କଶ୍ମୀର ଗସ୍ତ କରିଛନ୍ତି । ଏନେଇ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । କିନ୍ତୁ ଗସ୍ତ ପାଇଁ କିଛି ସର୍ତ୍ତ ରଖାଯାଇଛି । କେବଳ ସେ ତାଙ୍କ ବନ୍ଧୁଙ୍କୁ ଭେଟି ପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଦଳୀୟ ନେତା ତଥା ପୂର୍ବତନ ବିଧାୟକ ୟୁସୁଫ ତରିଗାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ ବୋଲି ସୀତାରାମ କୋର୍ଟଙ୍କୁ ଜଣାଇଥିଲେ । କୋର୍ଟ କହିଥିଲେ ବନ୍ଧୁଙ୍କୁ ଭେଟିବାରେ କୌଣସି ସମସ୍ୟା ନାହିଁ ।

ତେବେ ଫେରିବା ପରେ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ତାଙ୍କ ଗସ୍ତ ଯେପରି କାଶ୍ମୀର ସ୍ଥିତି ଉପରେ ଯେପରି କୌଣସି ପ୍ରତିକୂଳ ପ୍ରଭାବ ନପକାଏ ତା ଉପରେ ମଧ୍ୟ କୋର୍ଟ ସତର୍କ କରାଇ ଦେଇଛନ୍ତି । ସେହିପରି ଜଣେ କାଶ୍ମୀର ଛାତ୍ରଙ୍କୁ ମଧ୍ୟ ତାଙ୍କ ବାପା ମାଆଙ୍କୁ ଭେଟିବା ପାଇଁ ଯିବାକୁ ଅନୁମତି ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.