Home ଆନ୍ତର୍ଜାତୀୟ ଚୀନରେ ଆଜି ଲଞ୍ଚ ହେବ ସାଓମୀର ଏହି ୨ଟି ଫୋନ

ଚୀନରେ ଆଜି ଲଞ୍ଚ ହେବ ସାଓମୀର ଏହି ୨ଟି ଫୋନ

306

ନୂଆଦିଲ୍ଲୀ,୨୯/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ସାଓମି ନିଜର ନୂଆ ସିରିଜର ଦୁଇଟି ସ୍ମାର୍ଟଫୋନ ଆଜି ଅର୍ଥାତ ୨୯ ଅଗଷ୍ଟ ଚୀନରେ ଲଞ୍ଚ କରିବା ପ୍ରସ୍ତୁତିରେ। ଏହି ଦୁଇ ସ୍ମାର୍ଟଫୋନ Redmi Note 8 ଏବଂ Redmi Note 8 Proକୁ ଚୀନରେ ଲଞ୍ଚ କରିବା ପରେ ଭାରତ ସମେତ ସାରା ଦୁନିଆରେ ଏହାକୁ ଲଞ୍ଚ କରାଯିବ। ଚୀନ କମ୍ପାନୀ ସାଓମି ଏହି ଦୁଇ ଫୋନର କିଛି ଫିଚର୍ସ ବିଷୟରେ ପୂର୍ବରୁ ହିଁ ଜଣାଇଦେଇଥିଲା। ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ଦୁଇ ନୂଆ ସ୍ୱାର୍ଟଫୋନର ଖାସିୟତ୍‌।

ରେଡମି ନୋଟ ୮ ପ୍ରୋର ଲୁକକୁ ଦେଖିଲେ ଲାଗୁଛି ଏହି ଫୋନ ନିକଟରେ ଲଞ୍ଚ ହୋଇଥିବା ଫ୍ଲାଗସିପ Redmi K20 ଭଳି। ରିପୋର୍ଟ ଅନୁଯାୟୀ Redmi Note 8 Proରେ ୬.୩୯ର ଆମୋଲେଡ ଡିସପ୍ଲେ ଦିଆଯାଇପାରେ ଯାହାର ରିଜୋଲ୍ୟୁସନ ୧,୦୮୦ x ୨,୩୪୦ ହୋଇପାରେ।

ଫୋନ Meditek Helio G90T ପ୍ରୋସେସର ସହିତ ଲଞ୍ଚ କରାଯାଇପାରେ। ଏହି ଫୋନରେ ୬ଜିବି ରାମ ଦିଆଯାଇପାରେ। କ୍ୟାମେରା ବିଷୟରେ କହିଲେ ଏଥିରେ ରିୟର କ୍ୟାମେରା ୬୪ ମେଗାପିକ୍ସେଲର ପ୍ରାଇମେରୀ ସେନସର, ୮ ମେଗାପିକ୍ସେଲର ଓ୍ଵାଇଡ୍‌ ଆଙ୍ଗଲ ସେନସର, ୫ ମେଗାପିକ୍ସେଲର ଡେପଥ୍‌ ସେନସର୍‌ ଏବଂ ୨ ମେଗାପିକ୍ସେଲର ମାଇକ୍ରୋ ସେନସର ଦିଆଯାଇପାରେ। ଫୋନର ଫ୍ରଣ୍ଟରେ ୫ ମେଗାପିକ୍ସେଲର କ୍ୟାମେରା ରହିଥିବା ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.