Home ଜିଲ୍ଲା ପରିକ୍ରମା କାର୍ତିକମାସ ସୋମବାର, ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

କାର୍ତିକମାସ ସୋମବାର, ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

0

ଭଦ୍ରକ, ୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧର୍ମରମାସ କାର୍ତିକମାସ ସୋମବାରରେ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ଦର୍ଶନ ଓ ପୂଜାଲାଗି ପାଇଁ ହଜାରହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଲାଗିଥିଲା ପୀଠରେ। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ଜିଲା ପୁଲିସ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ସହ ମନ୍ଦିର ଭିତରେ ଓ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଅନ୍ୟପଟେ ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ନିମନ୍ତେ ଭୋର ୫ଟାରେ ମନ୍ଦିର ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତି, ମହାସ୍ନାନ, ଘର୍ଷଣ ଲାଗି, ଜଳାଭିଷେକ ସମ୍ପନ୍ନ ହେବା ପରେ ବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲି ବାଲ୍ୟଭୋଗ ଲାଗି କରାଯାଇ ଭକ୍ତଙ୍କ ଧାଡ଼ି ଦର୍ଶନ ପାଇଁ ସାହାଣମେଲା କରାଯାଇଥିଲା। ସକାଳ ୫ଟାରୁ ଅଗଣିତ ଶ୍ରଦ୍ଧାଳୁ ଭକ୍ତମାନେ ଧାଡ଼ିରେ ଯାଇ ବାବାଙ୍କୁ ଦର୍ଶନ କରିବା ସହ ପୂଜା ଲାଗି କରିଥିଲେ। ସକାଳ ୯ଟା ପହଡଖିଆ ଅନ୍ନନୀତି, ଦିବା ୧ଟାରେ ଯୋଗୀବେଶ ସହ ବଡ଼ ଅନ୍ନନୀତି ଭୋଗ ଲାଗି କରାଯାଇ ୧ଘଂଟା ଅବକାଶ (ଶୟନ)ନୀତି କରାଯାଇଥିଲା। ପରେ ଅପରାହ୍ଣ ୪ଟାରେ ବାବାଙ୍କୁ ବଡ଼ସିଂହାର ବେଶରେ ସଜ୍ଜିତ କରାଯାଇ ସଂଧ୍ୟାରେ ଷୋଡ଼ଶ ଉପଚାର ପୂଜାରେ ସନ୍ଧ୍ୟା ଆଳତୀ ସମ୍ପନ୍ନ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.