Home ଜିଲ୍ଲା ପରିକ୍ରମା କାର୍ତିକଚନ୍ଦ୍ର ଚାନ୍ଦଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

କାର୍ତିକଚନ୍ଦ୍ର ଚାନ୍ଦଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

260

ଭୁବନେଶ୍ୱର ୧୮-୧ (ଓଡ଼ିଆ ପୁଅ) ବରିଷ୍ଠ ନାଗରିକମାନଙ୍କ ସଂଗଠନ ‘ଗୁରୁଜନ ପରିଷଦ’ର ପୂର୍ବତନ ଅଧ୍ୟକ୍ଷ କାର୍ତିକ ଚନ୍ଦ୍ର ଚାନ୍ଦଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ପରିଷଦର ବରିଷ୍ଠ ଉଦଦେଷ୍ଟା ଡି.କେ.ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ପରିଷଦର ଅଧ୍ୟକ୍ଷ ସ୍ୱରାଜ କୁମାର ମହାନ୍ତି, ଉପସଭାପତି ବ୍ରଜମୋହନ ମହାନ୍ତି, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଗୋପାଳ ନନ୍ଦ, ରାଧାଶ୍ୟାମ ଭୂୟାଁ, ସମ୍ପାଦକ ଡ. ସଦାନନ୍ଦ ଦୀକ୍ଷିତ, ସଂଜୟ ପଣ୍ଡା, ଡ. ପ୍ରକାଶ ଚନ୍ଦ୍ର ମିଶ୍ର, ପୁତ୍ର ସିଦ୍ଧାର୍ଥ କୁମାର ଚାନ୍ଦ, ଜାମାତା ଉଦୟ ଶଙ୍କର ରାୟ ପ୍ରମୁଖ ସ୍ୱର୍ଗତ ଚାନ୍ଦଙ୍କ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସାମାଜିକ କର୍ମୀ ଶ୍ରୀଅଖଣ୍ଡ ସଭା ପରିଚାଳନା କରିଥିଲେ। ଗୌରୀ ଶଙ୍କର ରାୟ ସ୍ମୃତି ସଂସଦ, ସୁଖୀ ଓଡିଶା ମିଶନ, ଶ୍ରୀଜଗନ୍ନାଥ ଚେତନା, ଶିକ୍ଷା ବିକାଶ ପରିଷଦ ଆଦି ସଂଗଠନର କର୍ମକର୍ତା ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ତାଙ୍କ ଶ୍ରାଦ୍ଧ ବାର୍ଷିକ ଆନୁଷ୍ଠାନିକ ଭାବେ ପାଳନ କରିବା ଓ ଏକ ସ୍ମରଣିକା ପ୍ରକାଶ କରିବା ପାଇଁ ନିଷ୍ପତି ନିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.