Home ଜିଲ୍ଲା ପରିକ୍ରମା କଳିଙ୍ଗନଗର ବୁଲେଟିନ୍ ସମ୍ବାଦପତ୍ର ପକ୍ଷରୁ ଆଲୋଚନା ଚକ୍ର

କଳିଙ୍ଗନଗର ବୁଲେଟିନ୍ ସମ୍ବାଦପତ୍ର ପକ୍ଷରୁ ଆଲୋଚନା ଚକ୍ର

29

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମଗ୍ର ବିଶ୍ୱରେ ମହାମାରୀ କରୋନାର କରାଳ ଗ୍ରାସରୁ ରକ୍ଷା ପାଇବା କ୍ଷେତ୍ରରେ ଗଣତନ୍ତ୍ରର ଚତୁର୍ଥ ପ୍ରହରୀ ଗଣମାଧ୍ୟମ ପ୍ରତିନିଧିଙ୍କ ଗୁରୁଦାୟିତ୍ୱ ରହିଛି ଓ ସେମାନେ ନିଜର ଶାଣିତ ଲେଖନୀ ମାଧ୍ୟମରେ ବିଭିନ୍ନ ଉପାଦୟ ତଥ୍ୟ ପ୍ରକାଶ କରି ସମାଜର ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇପାରିବେ ବୋଲି ମତ ପ୍ରକାଶ ପାଇଛି । ଧାମନଗର ସ୍ଥିତ ଅବଦୁଲ କାଲାମ ପାଠାଗାରା ପରିସରରେ ଆୟୋଜତ ମାସିକ ସମ୍ବାଦପତ୍ର କଳିଙ୍ଗନଗର ବୁଲେଟିନ୍ ପକ୍ଷରୁ ସାମ୍ପ୍ରତ୍ତିକ ମହାମାରୀ କରୋନା ଜନିତ ପରିସ୍ଥିତିରେ ଗଣମାଧ୍ୟମର ଭୂମିକା ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଥିଲେଯେ କରୋନାର ନିରାକରଣ ପାଇଁ ସାମ୍ବାଦିକ ମାନେ ନିଜର ବରିଷ୍ଠ ଲେଖନି ମାଧ୍ୟମରେ ସେବା ମନୋବୃତ୍ତି ନେଇ ଆଗେଇ ଆସିଲେ ଏ ମହାମାରୀ ବିନାସ ଅବସମ୍ଭାବୀ ଓ ଏଥିରେ ଦ୍ୱିମତ ହେବାର ନାହିଁ । ଧାମନଗର ସ୍ଥିତ ପ୍ରଦ୍ୱ୍ୟମ୍ନବଳ ସ୍ମୃତି ପରିଷଦ ସୌଜନ୍ୟରୁ ଆୟାଜିତ ଏହି ଆଲୋଚନା ଚକ୍ରରେ ଶିକ୍ଷାବିତ୍ ରସାନନ୍ଦ ମହାପାତ୍ରଙ୍କ ସଭାପତିତ୍ୱରେ କଳିଙ୍ଗନଗର ବୁଲେଟିନ୍‌ର ଏଡ଼ିଟର ହାରାଧନ ବାନାର୍ଜି ଉତ୍କଳ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ରବିନାରାୟଣ ଖିଲାର, ଧାମନଗର ଥାନା ଆଇଆଇସି ରତିକାନ୍ତ ଗିରି, ଧାମନଗର ଉନ୍ନୟନ ପରିଷଦର ସଭାପତି ନିତ୍ୟାନନ୍ଦ ମିଶ୍ର, ଧାମନଗର ପ୍ରେସ୍ କ୍ଲବର ସଭାପତି ବାସୁଦେବ ତ୍ରିପାଠୀ, ବରିଷ୍ଠ ନାଗରିକ ପରିଷଦର ସମ୍ପାଦକ ଶଚିକାନ୍ତ ପଣ୍ଡା, ସାଂସଦ ପ୍ରତିନିଧି ଶରତଚନ୍ଦ୍ର ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ସୁରଥଚନ୍ଦ୍ର ସେଠୀ, ଅସୁରାଳି ଜିଲାପରିଷଦ ସଭ୍ୟା ଉମାମଣୀ ସାହୁ, ଓକିଲସଂଘର ସମ୍ପାଦକ ଅମରେନ୍ଦ୍ର ମହାନ୍ତି, ଶିକ୍ଷାବିତ୍ ନିରାକାର ଧଳ, ଡ଼ା. ମହମ୍ମଦ ସାଦିକ, କୂଳମଣୀ ବେହେରା, ମନୋଜ କୁମାର ସିଂ, ମନୋଜ ଜେନା, ଅଭିମନ୍ୟୁ ମଲ୍ଳିକ, ହେମେନ୍ଦ୍ର ମହାନ୍ତି, ଭାବଗ୍ରାହୀ ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ସାମ୍ପ୍ରତ୍ତିକ ପରିସ୍ଥିତିରେ କରୋନା ମହାମାରୀ ରୋକିବାପାଇଁ ଯେଉଁ ସବୁ ସଚେତନ କରାଯାଉଛି ସେଥିରେ ଗଣମାଧ୍ୟମ ପ୍ରତିନିଧିଙ୍କର ଗୁରୁତ୍ୱ ରହିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମହେଶ୍ୱର ସ୍ୱାଇଁ, ସୁଶାନ୍ତ ରାଉତ, ରାଜୀବଲୋଚନ ଦାସ, ଦେବେନ୍ଦ୍ର କୁମାର ରାଉତ, ବୁଧିରାମ ବେହେରା, ସେକ୍ ଅବଦୁଲ୍ ହାକିମ୍‌, ହାଡ଼ିବନ୍ଧୁ ଦାସ, ବିଜୟ କୁମାର ବେହେରା, ଏମ୍‌ଡ଼ି ଜୁନେଦ୍ ଅହେମଦ୍‌, ହେମନ୍ତ କୁମାର ଖିଲାର ପ୍ରମୁଖ ଯୋଗଦେଇଥିଲେ । ଏଥିରେ ଅଧ୍ୟାପକ ଚିତ୍ତରଂଜନ ଦାସ ଅତିଥିପରିଚୟ ପ୍ରଦାନ କରିଥିବାବେଳେ ପ୍ରଦ୍ୟୁମ୍ନବଳ ସ୍ମୃତି ପରିଷଦର ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାମ୍ବାଦକି କୃଷ୍ଣଚନ୍ଦ୍ର ଜେନା, କୈଳାଶଚନ୍ଦ୍ର ଗୁପ୍ତା, ବୈକୁଣ୍ଠନାଥ ସାହୁ, ସରୋଜ କୁମାର ସେଠୀ, ସୁଧାକର ଦାଶ, ଅନନ୍ତ ଜେନା, ସେକ୍ ଜାଫର ଅଲ୍ଲୀ, ଗୋଲାମ ଜିଲାନି ହବିବି, ପ୍ରଶାନ୍ତ କୁମାର ସାହୁ, ସୁଶାନ୍ତ କୁମା ରାଉତ, ଗୌରାଙ୍ଗ ଦାଶ, ରଜତ କୁମାର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ କଳିଙ୍ଗନଗର ବୁଲେଟିନ୍‌କୁ ଲୋକାର୍ପିତ କରାଯାଇଥିଲା । ଅପର ପକ୍ଷରେ ଧାମନଗର ଥାନାର ଥାନାଅଧିକାରୀ ପଦନ୍ୱତିପାଇ ପୁରି ଜିଲ୍ଳାକୁ ଡ଼ିଏସ୍‌ପି ଭାବେ ନିଯୁକ୍ତି ପାଇଥିବାରୁ ତାଙ୍କୁ ପରିଷଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କଳିଙ୍ଗନଗର ବୁଲେଟିନ୍‌ର ସ୍ଥାନୀୟ ପ୍ରତିନିଧି ଅନିଲ କୁମାର ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.