Home କଳାହାଣ୍ଡି କଳାହାଣ୍ଡି – କୋଭିଡ-୧୯ ଲକଡାଉନ ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ପାଇବାରୁ ବଂଚିତ ହିତାଧିକାରୀ

କଳାହାଣ୍ଡି – କୋଭିଡ-୧୯ ଲକଡାଉନ ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ପାଇବାରୁ ବଂଚିତ ହିତାଧିକାରୀ

220


କଳାହାଣ୍ଡି, ତା.୧୫.୦୪.୨୦୨୦ ( ଓଡିଆପୁଅ) ସମଗ୍ର ଭାରତ ବର୍ଷରେ କୋଭିଦ-୧୯ ସହ ସଂଘର୍ଷ କରୁଥିବା ବେଳେ ଓଡିଶା ଓ କଳାହାଣ୍ଡି ଜିଲ୍ଲା ମଧ୍ୟ ସେଥିରୁ ବାଦ ପଡି ନାହିଁ । ପ୍ରଥମ ପର୍ଯ୍ୟାୟ ଲକଡାଉନ ୨୪ ମାର୍ଚ୍ଚରୁ ଅପ୍ରେଲ ୧୪ ତାରିଖ ପର୍ଯ୍ୟନ୍ତ ଲକଡାଉନ ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ଖାଉଟି ମାନଙ୍କୁ ପ୍ରତି କାର୍ଡ ପିଛା ତିନିମାସର ଆଗୁଆ ରାସନ ସହିତ ହଜାରେ ଟଙ୍କା ଦେବା ସହିତ ପଂଜିକୃତ ଶ୍ରମିକ ମାନଙ୍କୁ ପନ୍ଦର ଶହ ଟଙ୍କା ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ସେହିପରି ପ୍ରତି ଗ୍ରାମ ପଂଚାୟତରେ ନିହାତି ଗରିବ ଓ ନିଃସହାୟ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ପ୍ରତି ଗ୍ରାମପଂଚାୟତରେ ୫୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ କୋଭିଦ ସ୍ୱାସ୍ଥ୍ୟ ଶିବିର ମାନ ପ୍ରତିଷ୍ଠା କରାଯାଇଥିବାର କୁହାଯାଉଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତି କାର୍ଡଧାରୀଙ୍କୁ ୫ କେଜି ଚାଉଲ, ଏକ କେଜି ଡାଲି ଓ ଚିନି ଯୋଗାଇ ଦେବାର ଘୋଷଣା କରାଯାଇଛି । ବର୍ତମାନ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଅପ୍ରେଲ ୧୫ ତାରିଖ ଠାରୁ ମଇ ୩ ତାରିଖ ଦିନ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ବେଳେ ଅନେକ ସ୍ଥାନରେ ସରକାରୀ ବ୍ୟବସ୍ଥା ପହଂଚି ପାରିନଥିବାର ଦେଖାଯାଇଛି ।
ଜୁନାଗଡ ବ୍ଲକ ଠାରୁ ମାତ୍ର ୩ କି.ମି. ଦୂର ଭଇଁରୀଗୁଡା ଗ୍ରାମପଂଚାୟତରେ ସରକାରୀ ସୁବିଧା ପହଂଚି ପାରିନଥିବା ଅଭିଯୋଗ ହୋଇଥିଲା । ଗଣମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ପଂଚାୟତ ପକ୍ଷରୁ ସରପଂଚ ହିତାଧିକାରୀ ମାନଙ୍କୁ ହଜାରେ ଟଙ୍କା ଏବଂ ପଂଜିକୃତ ଶ୍ରମିକ ମାନଙ୍କୁ ପନ୍ଦର ଶହ ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା ଆରମ୍ଭ କରିଥିଲେ । ଏପରିକି ବ୍ଲକ ର ସ୍ପଷ୍ଟ ନିଦେ୍ର୍ଦଶ ନଥିବାରୁ ରନ୍ଧା ଖାଦ୍ୟ ଦିଆଯାଉନଥିବା ସ୍ୱୀକାର କରିଥିଲେ । ଏସଂପର୍କରେ ଗଣମାଧ୍ୟମ ତରଫରୁ ତଥ୍ୟ ସଂଗ୍ରହ ସମୟରେ ଗରିବ ନିଃସହାୟ ବ୍ୟକ୍ତି ମାନଙ୍କୁ ରନ୍ଧା ଖାଦ୍ୟ ଦୁଇ ଦିନ ହେବ ବନ୍ଦ ଥିବା ଜଣାପଡିବା ପରେ ବ୍ଲକ ବିଏସଏସଓ ତୁଷାର ସାହୁଙ୍କୁ ଯୋଗାଯୋଗ କରିବା ପରେ ତୁରନ୍ତ ଆସନ୍ତା କାଲି ଠାରୁ ୨୦ ଜଣଙ୍କୁ ପୂର୍ବବତ ରନ୍ଧାଖାଦ୍ୟ ଦେବାର ନିଦେ୍ର୍ଦଶ ଦେଇଛନ୍ତି । ରନ୍ଧନ ଗ୍ୟାସ ଯୋଗାଣ ହେଉଥିବା ଦେଖାଯାଇଥଲା । ଭଇଁରୀଗୁଡା ଗ୍ରାମ ପଂଚାୟତ ପାଇଁ ଓଡିଶା ସରକାରଙ୍କ ଦ୍ୱାରା ପରିଚାଲିତ ସମସ୍ତ ସୁବିଧା ଉପଲବ୍ଧ ଥିବା କୁରୁଗୁଡା ସେବା ଶ୍ରମରେ ୫୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ସ୍ଥାପନ କରାଯାଇଥିବା ବେଳେ ଚିଙ୍ଗୁଡି ସର ଗ୍ରାମ ପଂଚାୟତ ପାଇଁ ଚିଙ୍ଗୁଡିସର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୨୦ ଶଯ୍ୟା ଏବଂ ମୁର୍ଲାପଦର ବିଦ୍ୟାଳୟ ଠାରେ ୩୦ ଶଯ୍ୟା ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ଚିଙ୍ଗୁଡିସର ବିଦ୍ୟାଲୟ ଠାରେ ଥିବା ତିନିଟି ପରିଶ୍ରାଗାରକୁ ମରାମତି କରାଯାଇ ତିନିଟି ଲାଟ୍ରିନ କରାଯାଇଥିବା ବେଳେ ଲୁହା ଏଙ୍ଗଲ ବଦଳରେ କାଠ ଓ ନିମ୍ନ ମାନର ହାଲୁକା ଟିଣ ଲଗାଯାଇ ଛାତ ନିର୍ମାଣ କରାଯିବା ସହିତ ସେବାଶ୍ରମରୁ ଖଟିଆ ଅଣାଯାଇ ନିମ୍ନ ମାନର ପଙ୍ଖା, ଗଦି ଓ ତକିଆ ତଥା ନିମ୍ନ ମାନର ଚଦର ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ସେଠାରେ ଉପସ୍ଥିତ ନୋଡାଲ ଅଫିସର ଏସ କେ ସାହୁଙ୍କୁ ପଚାରିବାରୁ ଉଧାରିରେ କାମ ଚାଲିଥିବାରୁ ହୁଏତ କମବେଶୀ ହୋଇଥାଇପାରେ ବୋଲି ହାଲୁକା ଭାବେ କହିଥିଲେ । ପ୍ରତି ଗ୍ରାମପଂଚାୟତରେ କୋଭିଦ-୧୯ ପ୍ରତିହତ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରାଯିବା ପାଇଁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ତାହା କିପରି ଭାବେ ଖର୍ଚ୍ଚ କରାଯାଇଥିବା ବିଲ ଦାଖଲ କରାଯିବ ତାହା ଦେଖିବାକୁ ବାକି ରହିଲା
ଏହା ବ୍ୟତୀତ ଭଇଁରୀଗୁଡା ଗ୍ରାମପଂଚାୟତରେ ସରୀତା ବାଗ ସ୍ୱାମୀ ବବଲୁ ବାଗ ଭଲି ନିହାତି ଗରିବ ପରିବାର ଅଧା ଛାତ ଭଙ୍ଗା ଥିବା କୁଡିଆରେ ରହୁଥିବା ବେଳେ ସୀତା ପାତ୍ର ଓ ସୁନାଫୁଲ ନାଏକ ଭଲି ନୀରିହ ମହିଳା ମାନେ କୌଣସି ପ୍ରକାର ସରକାରୀ ସହାୟତା ପାଉନଥିବା ଅଭିଯୋଗ କରିଥିଲେ । ସାଂପ୍ରତିକ କୋଭିଡ-୧୯ ମୁକାବିଲା ଭଲି ଏକ ଘଡିସନ୍ଧି ମୁହିର୍ତରେ ଜୁନାଗଡ ବ୍ଲକ ସନ୍ନିକଟସ୍ଥ ଗ୍ରାମପଂଚାୟତରେ ଯଦି ଏଭଲି ଅବ୍ୟବସ୍ଥା ତେବେ ଅନ୍ୟାନ୍ୟ ଆଭ୍ୟନ୍ତରୀଣ ଅଂଚଳରେ କିପରି ଚାଲିଥିବା କୋଭିଡ-୧୯ ମୁକାବିଲା ବ୍ୟବସ୍ଥା ତାହା ସହଜରେ ଅନୁମେୟ ବୋଲି ବୁଦ୍ଧିଜୀବି ମହଲରେ କ୍ଷୋଭ ପ୍ରକାଶ ପାଇବାରେ ଲାଗିଛି । ଏନେଇ ଉଚ୍ଚ କର୍ତୃପକ୍ଷ ପ୍ରତ୍ୟକ୍ଷ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.