Home ଜିଲ୍ଲା ପରିକ୍ରମା ଭଦ୍ରକ ବିଜେପିର ଖବରଦାତା ସମ୍ମିଳନୀ,ସେବା, ସଂକଳ୍ପ ଅଭିଯାନକୁ ବ୍ୟାପକ ଆହ୍ୱାନ- ସୂର୍ଯ୍ୟବଂଶୀ ସୂରଜ

ଭଦ୍ରକ ବିଜେପିର ଖବରଦାତା ସମ୍ମିଳନୀ,ସେବା, ସଂକଳ୍ପ ଅଭିଯାନକୁ ବ୍ୟାପକ ଆହ୍ୱାନ- ସୂର୍ଯ୍ୟବଂଶୀ ସୂରଜ

3

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସେବା, ସର୍ମପଣ ଓ ରାଷ୍ଟ୍ର ନିର୍ମାଣରେ ଯଶ୍ୱସୀ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷ ପୂର୍ତି ଅବସରରେ ସେବାକାର୍ଯ୍ୟ ନେଇ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି । ଭଦ୍ରକ ବିଜେପି କାର୍ଯ୍ୟାଳୟରେ ଆହୂତ ଖବରଦାତା ସମ୍ମିଳନୀକୁ ଜିଲ୍ଲା ସଭାପତି ଭଗବାନ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଏଥିରେ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୋଦିଜୀଙ୍କ ୧୩ ବର୍ଷ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଏବଂ ୧୨ ବର୍ଷ କେନ୍ଦ୍ରରେ ପ୍ରଧାନମନ୍ତ୍ରୀତ୍ୱ କାଳରେ ଜନ ସେବାକୁ ରାଷ୍ଟ୍ର ସେବାରେ ରୂପାନ୍ତରିତ କରିଛନ୍ତି । ଏହିଯାତ୍ରା ସାଧାରଣ ନହୋଇ ଏକ ସଂଘର୍ଷ, ସେବା, ସଂକଳ୍ପ ଓ ଆତ୍ମବିଶ୍ୱାସର ଯାତ୍ରା ହୋଇଥିବା ବେଳେ ଜଣେ ସାଧାରଣ କାର୍ଯ୍ୟକର୍ତା ଭାବେ ଅସାଧାରଣ କାର୍ଯ୍ୟ କରି ଯୋଗ୍ୟତା,ଦକ୍ଷତା ଓ ସଂସ୍କାରମୂଳକ କାର୍ଯ୍ୟ ବଳରେ ପରିବର୍ତନ ଆଣି ଆଜି ଦେଶକୁ ବିକଶିତ କରି ପାରିଛନ୍ତି । ତାଙ୍କର ଜନ୍ମଦିନକୁ ସ୍ମରଣୀୟ କରିବା ନେଇ ଆସନ୍ତା ୧୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ଏକ ମାସ ଧରି ସେବା ସଂକଳ୍ପ ଅଭିଯାନରେ ଆର୍ଶର୍ିବାଦର ଦୀପ ପ୍ରଜ୍ଜ୍ୱଳନ,ରକ୍ତଦାନ ଶିବିର, ଚିତ୍ରାଙ୍କନ ଓ ଭାଷଣ ପ୍ରତିଯୋଗିତା, ନମୋ ସେବା ଗାଥା, ଅଙ୍ଗନୱାଡି ଉତ୍ସବ, ପରିବର୍ତନର କାହାଣୀ, ବିକଶିତ ଭାରତ ସଂକଳ୍ପ ଗାଥା, ସେବା ଜ୍ୟୋତି ଯାତ୍ରା, ସେବା ଓ ମୋର ଯୋଗଦାନ, ସେବା ସେତୁ ଅଭିଯାନ, ରଙ୍ଗୋଲି ରାଷ୍ଟ୍ର ଏବଂ ଜନ ସେବାର ମହାକୁମ୍ଭ ଆଦି କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ସୂଚନା ଦେବାକୁ ଯାଇ୨୫ ବର୍ଷ ଧରି ଜନ ସେବାର ଲମ୍ବା ଇତିହାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି ଏକ ବ୍ୟକ୍ତି ଯିଏକି ଦିନେ କ୍ଲାନ୍ତ ନହୋଇ ଜନ ସେବାରେ ସର୍ମପିତ ଥାଆନ୍ତି ବୋଲି କହିଥିଲେ । ଭଦ୍ରକ ବିଧାୟକ ସୀତାଶୁଂ ଶେଖର ମହାପାତ୍ର ଭାରତ ବର୍ଷକୁ ଏପରି ଏକ ନେତୃତ୍ୱ ମିଳିଛି ଯିଏକି ବଡ ବଡ ବିକଶିତ ରାଷ୍ଟ୍ର ସହ ସମକକ୍ଷ ହୋଇ ଦେଶକୁ ଆଗେଇ ନେଉଛନ୍ତି ବୋଲି କହିଥିବା ବେଳେ ସାଧାରଣ ବର୍ଗର ଲୋକେ ସେବାକାର୍ଯ୍ୟରେ ସାମିଲ ହେବାକୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ରଘୁନାଥ ପାତ୍ର, ସାଧାରଣ ସମ୍ପାଦକ କମଳାକାନ୍ତ ସୂତାର, ଦଳର ଭଣ୍ଡାରିପୋଖରୀ ବିଧାନସଭା ନେତା ଡ. ସୁଧାଂଶୁ ଶେଖର ନାୟକ, ବାସୁଦେବପୁର ନେତା ବାଣୀକଲ୍ୟାଣ ମହାପାତ୍ର ମଂଚାସୀନ ଥିଲେ । ଜିଲ୍ଲା ସାଧରଣ ସମ୍ପାଦକ ତପନ କୁମାର ମହାନ୍ତି ଅତିଥିଙ୍କୁ ମଂଚ ଆହ୍ୱାନ କରିଥିବା ବେଳେ ସମ୍ପାଦକ କିଶୋର କିଙ୍କର ପଢିଆରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.