Home ଜିଲ୍ଲା ପରିକ୍ରମା ରିହାନା ବିବି ହେଲେ କଂଗ୍ରେସ କମିଟି ସଂଖ୍ୟାଲଘୁ ସେଲ୍ ରାଜ୍ୟ ସଂପାଦିକା

ରିହାନା ବିବି ହେଲେ କଂଗ୍ରେସ କମିଟି ସଂଖ୍ୟାଲଘୁ ସେଲ୍ ରାଜ୍ୟ ସଂପାଦିକା

60

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ରିହାନା ବିବି ହେଲେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଂଖ୍ୟାଲଘୁ ସେଲର ରାଜ୍ୟ ସଂପାଦିକା । ସର୍ବଭାରତୀୟ କଂଗ୍ରେସ କମିଟି ସଂଖ୍ୟାଲଘୁ କମିଟି ପକ୍ଷରୁ ଓଡ଼ିଶାର ଦାୟିତ୍ୱରେ ଥିବା ଅବଦୁଲ କାଲାମ ଖାନ୍ ଜାରି କରିଥିବା ଚିଠି ଅନୁସାରେ ଭଦ୍ରକ ପୌରପାଳିକା ଅଧୀନସ୍ଥ ଭାଟମହଲା ଅଂଚଳର ରିହାନା ବିବିଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଂଖ୍ୟାଲଘୁ ସେଲର ରାଜ୍ୟ ସଂପାଦିକା ଭାବେ ନିଯୁକ୍ତି ଦିଆଯାଇଛି । ଏହି ନିଯୁକ୍ତି ପାଇଁ ସେ ଓଡ଼ିଶା ସଂଖ୍ୟାଲଘୁ ସେଲର ସଭାପତି ଜିଆଉଲ ହକ୍‌ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ସହ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ବରିଷ୍ଠ ନେତା ଅନନ୍ତ ପ୍ରସାଦ ସେଠୀ, ଜିଲା ସଭାପତି ଅଶୋକ ଦାସ, ପୂର୍ବତନ ମୁଖପାତ୍ର ଶୁଭେନ୍ଦୁ ରାୟମହାପାତ୍ର, ପୂର୍ବତନ ସଂପାଦକ ଦେବରୂପ ମହାନ୍ତି ଓ ଅନ୍ୟ ବରିଷ୍ଠ ଓ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ନିଯୁକ୍ତି ଫଳରେ ସଂଖ୍ୟାଲଘୁ ସଂପ୍ରଦାୟ ମଧ୍ୟରେ ସଂଗଠନ ମଜବୁତ ହେବା ନେଇ ଆଶା ସଂଚାର ହୋଇଛି । ଏବଂ ଆଗାମୀ ଦିନରେ ରେହେନା ବିବି କଂଗ୍ରେସ ସଂଗଠନକୁ ଦୃଢ କରିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.