Home ଜଗତସିଂହପୁର କରୋନା ମୁକାବିଲା ପାଇଁ ପଞ୍ଚାୟତ ବାସୀ ନେଲେ ଶପଥ

କରୋନା ମୁକାବିଲା ପାଇଁ ପଞ୍ଚାୟତ ବାସୀ ନେଲେ ଶପଥ

166

ତିର୍ତ୍ତୋଲ୨୫/୪ (ଓଡ଼ିଆ ପୁଅ/ଟୁକନ ସେଠୀ) – କେନ୍ଦ୍ର ତଥା ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି କରୋନାକୁ ପଞ୍ଚାୟତ ସ୍ତରରେ କିଭଳିଭାବରେ ମୁକାବିଲା କରାଯାଇ ପାରିବ ସେଥି ନିମନ୍ତେ ତିର୍ତ୍ତୋଲ ବ୍ଲକ ଅର୍ନ୍ତଗତ କନିମୂଳ ପଞ୍ଚାୟତର ଯୁବ ସରପଞ୍ଚ ବେଦଦ୍ୟୁତି ପୃଷ୍ଟିଙ୍କ ନେତୃତ୍ୱରେ ବାୟା ଅବଧୂତ ଉଚ୍ଚ ବିଦ୍ୟାଳୟ ପରିସରରେ କରୋନା ମୁକାବିଲା ପାଇଁ ପଞ୍ଚାୟତର ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ଯୁବଗୋଷ୍ଠୀ ଓ ପଞ୍ଚାୟତର ସମସ୍ତ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳା ସଭାନେତ୍ରୀ ଓ ସମ୍ପାଦିକା ମାନଙ୍କୁ ଡ଼ାକି କରୋନାକୁ ଆମ ପଞ୍ଚାୟତରେ ପୁରାଇଦେବାନାହିଁ ବୋଲି ଏକ ଶପଥ ପାଠ କାର୍ଯ୍ୟକ୍ରମ କରାଇଥିଲେ। ଏହା ସହିତ ବାହାରୁ ଆସୁଥିବା ବ୍ୟକ୍ତିମାନଙ୍କୁ ନଜର ରଖିବା ସହିତ ସେମାନଙ୍କୁ କ୍ୱାରାଣ୍ଟାଇନ୍ କେନ୍ଦ୍ରକୁ ଆଣିବା, ପଞ୍ଚାୟତରେ କୌଣସି ବ୍ୟକ୍ତିଙ୍କୁ ଥଣ୍ଡା ଜ୍ୱର ହେଲେ ସ୍ୱାସ୍ଥ୍ୟ ପରିକ୍ଷା କରିବା, ସମସ୍ତ ବ୍ୟକ୍ତି ସାମାଜିକ ଦୂରତା ଅବଲମ୍ବନ କରିବା ସହିତ ମାସ୍କ ପିନ୍ଧିବା ବାଦ୍ଧ୍ୟତା ମୁଳକ ବୋଲି ସଚେତନତା ବାର୍ତ୍ତା ସରପଞ୍ଚ କରାଇଥିଲେ। ଏଥିରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧିର ସ୍ୱାଇଁ, ନାଏବ ସରପଞ୍ଚ ନମିତା ରାଉତ, ୱାର୍ଡ଼ସଭ୍ୟ ଶୁକଦେବ ସେଠୀ, ବାଙ୍କବିହାରି ସାହୁ, ଅବନି ମଲ୍ଲିକ, ହିମାଂଶୁ ଶେଖର ସ୍ୱାଇଁ, ରବିନ୍ଦ୍ର ମଲ୍ଲିକ, ବିପ୍ଳବ ଖୁଣ୍ଟିଅ. କୁଞ୍ଜ ବିହାରି ରାଉତ, ତୁଷାର କାନ୍ତ ପ୍ରଧାନ, ଭାଗବତ ପ୍ରସାଦ, ସତ୍ୟଜିତ ରାଉତରାୟ, ସୁବାଷ ସାହୁ, ସନ୍ତୋଷ ଜେନା, ଶୁସାନ୍ତ ସାହୁ, ସଞ୍ଜୟ ବେହେରାଙ୍କ ସମେତ ପଞ୍ଚାୟତର ଯୁବଗୋଷ୍ଠୀମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ।ଗୋପାଳପୁର(ଶଙ୍ଖେଶ୍ୱର) ପଞ୍ଚାୟତ ସରପଞ୍ଚ କୃଷ୍ଣପ୍ରସାଦ ଦାସ ପଞ୍ଚାୟତର ଆଶା କର୍ମୀ, ଅଙ୍ଗନୱାଡ଼ୀ କର୍ମୀ, ସମସ୍ତ ୱାର୍ଡ଼ ସଭ୍ୟ/ସଭ୍ୟା ଓ ଯୁବକମାନଙ୍କୁ ନେଇ ସାମାଜିକ ସୁରକ୍ଷାକୁ ଆଖିଆଗରେ ରଖି ଏକ ସଚେତନ ବୈଠକ ଅନୁଷ୍ଠିତ କରାଇଥିଲେ। ଏଥିରେ ସରପଞ୍ଚ ବୈଠକରେ ଉପସ୍ଥିତ ସମସ୍ତ କର୍ମୀମାନଙ୍କୁ ନିଜ ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ପାଳନ କରିବେବୋଲି କହିଥିଲେ। ପଞ୍ଚାୟତ ତଥା ନିଜ ନିଜ ଗାଁକୁ ବାହାରୁ ଆସୁଥିବା ବ୍ୟକ୍ତିମାନଙ୍କ ସୂଚନା ସରପଞ୍ଚଙ୍କ ନିକଟରେ ପ୍ରଦାନ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ସରପଞ୍ଚ ଶ୍ରୀଯୁକ୍ତ ଦାସଙ୍କ ସମେତ ଅନାମ ଚରଣ ବେହେରା, ମାନସ କୁମାର ବେହେରା, ନିଗମାନନ୍ଦ ଦାସ, ସାଗର ପୃଷ୍ଟି, ଜ୍ଞାନ ରଞ୍ଜନ ଦାସ, ସୋମ୍ୟ ରଞ୍ଜନ ସ୍ୱାଇଁ, ମାନସ ସେଠୀ, ନିରଞ୍ଜନ ଜେନା, ରବିନ୍ଦ୍ର ସାହୁ, କାଜଲ ଦାସ, ବସନ୍ତ ବେହେରା, ପ୍ରକାଶ ବାରିକ, ଆଶୁତୋଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.