Home କେନ୍ଦୁଝର ବଡ଼ବିଲ ଗୁରୁଦ୍ୱାରା କମିଟି ପକ୍ଷରୁ ଖାଦ୍ୟ ବଣ୍ଟନ

ବଡ଼ବିଲ ଗୁରୁଦ୍ୱାରା କମିଟି ପକ୍ଷରୁ ଖାଦ୍ୟ ବଣ୍ଟନ

210

ବଡ଼ବିଲ ,ତା ୨୫ ଅପ୍ରେଲ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ମହାମାରୀ କରୋନା ପାଇଁ ସମଗ୍ର ଦେଶରେ ଲକ୍ ଡାଉନ୍ ପ୍ରଭାବ ପଡିଥିବା ଦେଖାଯାଇଛି । ଓଡ଼ିଶାର କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳରେ ଦିନମଜୁରିଆ, ଗରିବଶ୍ରେଣୀର ଲୋକ ଓ ଗାଡି ଚାଳକ ମାନେ ଖାଇବା ପାଇଁ ନାହିଁନଥିବା ହଇରାଣ ହେଉଥିବା ବେଳେ ଆଜି ବଡ଼ବିଲ ଗୁରୁଦ୍ୱାରା କମିଟି ପକ୍ଷରୁ ବଡ଼ବିଲ ଅାଖପାଖ ଅଞ୍ଚଳରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ଲକ୍ ଡାଉନ୍ ସମୟରେ ପ୍ରତ୍ୟେକ ଦିନ ୨୫୦ ଲୋକଙ୍କୁ ରନ୍ଧା ଖାଦ୍ୟ ଓ ୧୦୦ ପରିବାରକୁ ରୋଷେଇ ସାମଗ୍ରୀ ଯୋଗାଇ ଦିଆଯାଉଛି । ଏହି ସମୟରେ ଖେଚୁଡ଼ି, ତରକାରୀ, ଡାଲମା ଗୁରୁଦ୍ୱାରା କମିଟିର ସଦସ୍ୟମାନେ ଗୁରୁଦ୍ୱାରାରେ ତିଆରି କରୁଥିବା ବେଳେ ଶିଖ ସମ୍ପ୍ରଦାୟର ମହିଳାମାନେ ନିଜ ଘରେ ରୁଟି ତିଆରି କରି କମିଟିର ସଦସ୍ୟମାନଙ୍କୁ ଏହି ପୁଣ୍ୟ କାମରେ ସହଯୋଗ କରୁଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.