Home କୋରାପୁଟ କରୋନା ମହାମାରୀ ଯୋଗୁଁ ପିଡିଏସ ସାମାଗ୍ରୀ ଅଫଲାଇନରେ ଦେବାକୁ ଦାବି

କରୋନା ମହାମାରୀ ଯୋଗୁଁ ପିଡିଏସ ସାମାଗ୍ରୀ ଅଫଲାଇନରେ ଦେବାକୁ ଦାବି

11

କୋରାପୁଟ ୦୪-୦୫(ଓଡିଆ ପୁଅ/ରଂଜନ ଦାସ)କରୋନା ମହାମାରୀ ଯୋଗୁଁ ପିଡିଏମ ସାମାଗ୍ରୀ ଅଫଲାଇନ ମାଧ୍ୟମରେ ହିତାଧିକାରୀମାନଙ୍କୁ ପ୍ରଦାନ କରିବା ନିମନ୍ତେ ଜିଲ୍ଲା ଯୋଗାଣ ସହାୟକ ସଂଘ ତରଫରୁ ଦାବି କରାଯାଇଛି ।କୋରାପୁଟ ଜିଲ୍ଲାର ଗ୍ରାମ ପଂଚାୟତ ସ୍ତରରେ କାର୍ଯ୍ୟରତ ଯୋଗାଣ ସହାୟକ ଓ ସହାୟିକାମାନେ ୮ ବର୍ଷ ହେଲା ସାଧାରଣ ବଂଟନ ବ୍ୟବସ୍ଥାକୁ ସୂଚାରୁରୂପେ ଚଳାଉଥିବା ବେଳେ ଇପିଓଏସ ମେସିନରେ ହିତାଧିକାରୀଙ୍କ ଆଖି ଓ ଅଙ୍ଗୁଳିର ସ୍କାନ କରାଯାଉଥିବାରୁ ହିତାଧିକାରୀମାନେ ସଂକ୍ରମଣ ହେବ ବୋଲି ଭୟଭୀତ ରେ ରହିଥିବା ସଂଘ ଅଭିଯୋଗ କରିଛନ୍ତି ।ତେଣୁ ଇପିଓଏସ ମେସିନକୁ ଅଫଲାଇନ ମୋଡକରି ବିକ୍ରୀ ପଞିକରଣ ଜରିଆରେ ପିଡିଏସ ସାମାଗ୍ରୀ ବଂଟନ କରିବାକୁ ସଂଘ ଦାବି କରିଛି । କୋରାପୁଟ ଜିଲ୍ଲା ଯୋଗାଣ ସହାୟକ ସଂଘର ସଭାପତି ପ୍ରଦୀପ୍ତ ମୋହନ ଟାକ୍ରୀ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.