Home କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଅଗ୍ରାଧିକାର ଭିତିରେ ଟୀକାକରଣ କାରିବାକୁ ଦାବି

ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଅଗ୍ରାଧିକାର ଭିତିରେ ଟୀକାକରଣ କାରିବାକୁ ଦାବି

13

କୋରାପୁଟ ୦୪-୦୫(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଅଗ୍ରାଧିକାର ଭିତିରେ ଟୀକାକରଣ କରିବାକୁ ଜିଲ୍ଲାର ସାମ୍ବାଦିକମାନେ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି ।କୋରାପୁଟ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଭବାନୀ ଶଙ୍କର ମିଶ୍ର ଦାବିପତ୍ର ପ୍ରଦାନ କରିଥିଲେ ।ଜିଲ୍ଲାକୁ ଟୀକା ଆସିବା ପରେ ଜୟପୁର ଓ କୋରାପୁଟରେ ସାମ୍ବାଦିକମାନଙ୍କୁ ଟୀକା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସୁବୋଧ କୁମାର ଚେଟ୍ଟି , ରଂଜନ କୁମାର ଦାସ ,ଜିତେନ୍ଦ୍ର କୁମାର ମିଶ୍ର ,ପ୍ରଶାନ୍ତ କୁମାର ସାମାନ୍ତରାୟ ,ସଂଜୁତ କୁମାର ନନ୍ଦ ,ମନୋରଂଜନ ସାମାନ୍ତରାୟ , ସୂର୍ଯ୍ୟ ନାରାୟଣ ପଣ୍ଡା , ସିଏଚ.ସାନ୍ତାକାର ପ୍ରମୁଖ ଉପସ୍ଥିତ ଥିଲେ ।କୋରାପୁଟ ଜିଲ୍ଲାକୁ ଟୀକା ପହଂଚିବା ପରେ ସାମ୍ବାଦିକମାନଙ୍କୁ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ଟୀକାକରଣ କରାଯିବ ବୋଲି ସିଡିଏମଓ ଡାକ୍ତର ମକରନ୍ଦ ବେଉରା ସୂଚନା ଦେଇଛନ୍ତି ।କୋରାପୁଟ ଜିଲ୍ଲାରେ ଜାନୁଆରୀ ୧୬ ତାରିଖରୁ ଟୀକାକରଣ ଶୁଭାରମ୍ଭ ହୋଇଥିଲା । ଏ ପର୍ଯ୍ୟନ୍ତ ୯୫ ପ୍ରତିଶତ ସ୍ୱାସ୍ଥ୍ୟ କର୍ମଚାରୀ ଓ ସମ୍ମୁଖ ଯୋଦ୍ଧା ୨ ୟ ଡୋଜ ଟୀକା ନେଇଥିବା ସେ ପ୍ରକାଶ କରିଛନ୍ତି ।ସେହିପରି ୧୨ ପ୍ରତିଶତ ୪୫ ବର୍ଷ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନେ ପ୍‌ରଥମ ଡୋଜ ଟୀକା ନେଇ ସାରିଥିବା ସେ ସୂଚନା ଦେଇଛନ୍ତି ।ଜିଲ୍ଲାରେ ଟୀକାର ଅଭାବ ରହିଥିବାରୁ ଗତମାସ ୨୮ ତାରିଖରୁ ଟୀକାକରଣ ବନ୍ଦ ରହିଥିବା ସେ ପ୍ରକାଶ କରିଛନ୍ତି ।ଟୀକା କମ ଆସୁଥିବାରୁ ୫୧ ଟି କେନ୍ଦ୍ରରେ ଟୀକା ପ୍ରଦାନ କରାଯାଉଥିବା ସେ ସୂଚନା ଦେଇଛନ୍ତି ।ଟୀକା କେତେ ଆସିବ ତାହା ଉପରେ ନିର୍ଭର କରୁଥିବା ସେ ପ୍ରକାଶ କରିଛନ୍ତି ।ଟୀକା ଆସିବା ପରେ ଅଗ୍ରାଧିକାର ଭିତିରେ ୨ୟ ଡୋଜ ନେବାକୁ ବ୍ୟକ୍ତିମାନଙ୍କୁ ଟୀକା ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.